fbpx

ପ୍ରଧାନମନ୍ତ୍ରୀ ସ୍କଟ ମରିସନ ହାରିଲେ ନିର୍ବାଚନ, ଆନ୍ଥୋନୀ ଅଲ୍ୱନୀଜ ହେବେ ଅଷ୍ଟ୍ରେଲିଆର ନୂଆ PM

Advertisement

ଅଷ୍ଟ୍ରେଲିଆର ନୂଆ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି ଲେବର ପାର୍ଟୀର ଆନ୍ଥୋନୀ ଅଲ୍ୱନୀଜ । ନିର୍ବାଚନରେ ଜିତିଥିବା ଆନ୍ଥୋନୀ ଅଲ୍ୱନୀଜ ଏବେ ଅଷ୍ଟ୍ରେଲିଆର ନୂଆ ପ୍ରଧାନମନ୍ତ୍ରୀ ହେବେ । ତାଙ୍କ ବିପକ୍ଷରେ ନିର୍ବାଚନ ଲଢ଼ୁଥିବା ଲିବରାଲ ପାର୍ଟୀର ନେତା ସ୍କଟ ମରିସନ ପରାଜିତ ହୋଇଛନ୍ତି । ତେବେ ମରିସନ ନିର୍ବାଚନରେ ପରାଜୟକୁ ସ୍ୱୀକାର କରିବା ସହ ଲିବରାଲ ପାର୍ଟୀରୁ ଇସ୍ତଫା ଦେବା ନେଇ କହିଛନ୍ତି ।

ସେ କହିଛନ୍ତି ଯେ ନେତା ଭାବରେ ପରାଜୟର ଉତ୍ତରଦାୟିତ୍ୱ ନେଉଛି । ମୁଁ ପାର୍ଟୀର ଆଗାମୀ ବୈଠକରେ ଇସ୍ତଫା ଦେବି । ସେ ଆହୁରି କହିଛନ୍ତି ଯେ ମତେ ଲିବରାଲ ପାର୍ଟୀର ନେତୃତ୍ୱ କରିବାକୁ ସୁଯୋଗ ମିଳିଲା, ଦେଶର ଲୋକଙ୍କ ସମର୍ଥନ ମିଳିଲା, ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ନିର୍ବାଚନରେ ୬ ଆଶାୟୀ ପ୍ରାର୍ଥୀ ରେସରେ ଥିଲେ । କିନ୍ତୁ ମୁଖ୍ୟ ମୁକାବିଲା ମରିସନ ଏବଂ ଅଲ୍ୱବନୀଜଙ୍କ ମଧ୍ୟରେ ହେଉଥିଲା । ମରିସନ ୨୦୧୯ ନିର୍ବାଚନରେ ମଧ୍ୟ ପୂର୍ଣ୍ଣ ବହୁମତ ହାସଲ କରିପାରିନଥିଲେ ଏବଂ ଛୋଟ ପାର୍ଟୀଙ୍କ ସହ ମିଶି ସରକାର ଗଢ଼ିଥିଲେ । ଏଥର ମଧ୍ୟ ନିର୍ବାଚନରେ ପାଣିପାଗ ପରିବର୍ତ୍ତନ ବଡ଼ ମୁଦ୍ଦା ରହିଥିଲା । ଜଙ୍ଗଲରେ ଲାଗିଥିବା ନିଆଁ ଏବଂ ବନ୍ୟାକୁ ନେଇ ମରିସନ ସରକାର ସବୁବେଳେ ଟାର୍ଗେଟରେ ରହିଥିଲେ ।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆରେ ଦୁଇଟି ସଦନ ରହିଛି । ଉପର ସଦନ କାର୍ଯ୍ୟକାଳ ୬ ବର୍ଷ ହୋଇଥାଏ ଏବଂ ତଳ ସଦନର କାର୍ଯ୍ୟକାଳ ୩ ବର୍ଷ ହୋଇଥାଏ । ଅର୍ଥାତ୍ ପ୍ରତି ତିନି ବର୍ଷରେ ନିର୍ବାଚନ ହୋଇଥାଏ । ଅଷ୍ଟେଲିଆରେ ଲୋୟର ଚାମ୍ବର ଅର୍ଥାତ୍ ତଳ ସଦନ ପାଇଁ ୧୫୧ ସିଟ୍ ପାଇଁ ମତଦାନ ହୋଇଥିଲା । ସରକାର ଗଠନ ପାଇଁ ୭୬ ସିଟର ଆବଶ୍ୟକତା ରହିଥାଏ ।

ଏବେ ଅଷ୍ଟ୍ରେଲିଆର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଏନ୍ଥନୀ ଅଲ୍ୱୀନଜ କ୍ୱାଡ ସମ୍ମିଳନୀ ପାଇଁ ଟୋକିଓ ଯିବେ । ସେଠରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ହେବ ।

 

Get real time updates directly on you device, subscribe now.