ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ପିଏମ ଆବାସ ଯୋଜନା ୨.୦ ଆସିଛି। ଏଥିରେ ଲୋକଙ୍କୁ ଘର ତିଆରି ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ସହର କ୍ଷେତ୍ରରେ ଆର୍ଥିକ ଭାବେ ଦୁର୍ବଳ (ଇଡବ୍ଲୁଏସ) ଏବଂ ମିଡିଲ କ୍ଲାସ ପରିବାରମାନଙ୍କ ପାଇଁ ୯ ଅଗଷ୍ଟ ୨୦୨୪ରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ପିଏମଏୱାଇ ୨.୦କୁ ମଞ୍ଜୁରୀ ଦିଆଯାଇଥିଲା। ଏହି ଯୋଜନାରେ ୧ କୋଟି ନୂଆ ଘର ନିର୍ମାଣ କରାଯିବ। ଆବାସ ଏବଂ ସହର ମାମଲାର ମନ୍ତ୍ରାଳୟ ଅନୁସାରେ, ପ୍ରତି ୟୁନିଟ ୨.୩୦ ଲକ୍ଷ ଟଙ୍କା ସ୍ୱୀକୃତ କରାଯିବ। ଏହି ଯୋଜନା ଅନୁଯାୟୀ ସହର କ୍ଷେତ୍ରରେ ଗତ ପର୍ଯ୍ୟାୟରେ ୧.୧୮ କୋଟି ଘରକୁ ମଞ୍ଜୁରୀ ଦିଆଯାଇଥିଲା। ୮୫.୫ ଲକ୍ଷରୁ ଅଧିକ ଘର ତିଆରି କରାଯାଇଛି ଏବଂ ହିତାଧିକାରୀମାନଙ୍କୁ ଟଙ୍କା ଦିଆଯାଉଛି। ଏହି ଯୋଜନା ସାରା ଭାରତରେ ଲାଭାର୍ଥୀଙ୍କ ନେତୃତ୍ୱରେ ନିର୍ମାଣ(ବିଏଲସି), ଅଫୋର୍ଡେବଲ ହାଉସିଂ ଇନ ପାର୍ଟନରସିପ(ଏଏଚପି), ଆଫିର୍ଡେବଲ ରେଟଲ ହାଉସିଂଗ(ଏଆରଏଚ) ଏବଂ ସୁଧ ସବସିଡି ଯୋଜନା ଭଳି ବିଭିନ୍ନ କ୍ଷେତ୍ରରେ ଲାଗୁ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରୀ ୨.୦ ଅନୁଯାୟୀ ୧ କୋଟି ନୂଆ ଘର ପାଇଁ ଅନଲାଇନ ଆବେଦନ ଆରମ୍ଭ ହୋଇଛି। ଆପଣ ମଧ୍ୟ ଏଥିରେ ଅନଲାଇନ ଆବେଦନ କରିପାରିବେ।
ଆବେଦନ କରିବା ପାଇଁ ଆବଶ୍ୟକ ଏହି ଡକ୍ୟୁମେଣ୍ଟ:
-ଅବେଦନକାରୀ ଏବଂ ପରିବାର ସଦସ୍ୟଙ୍କ ଆଧାର ଡିଟେଲ୍ସ।
-ଆବେଦନକାରୀଙ୍କ ଆକ୍ଟିଭ ବ୍ୟାଙ୍କ ଖାତା।
-ବ୍ୟାଙ୍କ ଆକାଉଣ୍ଟ ସହ ଆଧାର Linked ଥିବା ଆବଶ୍ୟକ।
-ଆୟ ପ୍ରମାଣ ପତ୍ର
-ଜାତି ପ୍ରମାଣ ପତ୍ର
-ଜମିର କାଗଜପତ୍ର
ଆବେଦନର ସୋପାନ:
ପିଏମ ଆବାସ ଯୋଜନା ୨.୦ରେ ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟ୍ https://pmay-urban.gov.in/ କୁ ଯାଆନ୍ତୁ।
-ୱେବସାଇଟ ଖୋଲିବା ପରେ ‘ପିଏମଏୱାଇ-ୟୁ ୨.୦ ପାଇଁ ଆବେଦନ କରନ୍ତୁ’ ଆଇକନ ଖୋଜନ୍ତୁ ଏବଂ ଏହା ଉପରେ କ୍ଲିକ୍ କରନ୍ତୁ।
-ଯୋଜନାର ନିର୍ଦ୍ଦେଶଗୁଡିକୁ ଧ୍ୟାନର ସହ ପଢନ୍ତୁ ଏବଂ ଆଗକୁ ଯାଆନ୍ତୁ।
-ନିଜର ବାର୍ଷିକ ଆୟ ସମେତ ମଗାଯାଇଥିବା ଡିଟେଲ୍ସ ପ୍ରଦାନ କରି ନିଜର ଯୋଗ୍ୟତା ଚେକ୍ କରନ୍ତୁ।
-ଭେରିଫିକେସନ ପାଇଁ ନିଜର ଆଧାର ଡିଟେଲ୍ସ ଜାରି କରନ୍ତୁ।
-ଭେରିଫିକେସନ ପରେ ଆଡ୍ରେସ ଏବଂ ଇନକମ ପ୍ରୁଫ୍ ଭଳି ଡିଟେଲ୍ସ ସହ ରେଜିଷ୍ଟ୍ରେସନ ଫର୍ମ ଭରନ୍ତୁ।
-ଫର୍ମ ସବମିଟ୍ କରନ୍ତୁ ଏବଂ ନିଜର ଆପ୍ଲିକେସନ ଷ୍ଟାଟସର ଅପେକ୍ଷା କରନ୍ତୁ।