fbpx

ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର! ସରକାର କଲେ ବଡ଼ ଘୋଷଣା, ଶୀଘ୍ର ଉଠାନ୍ତୁ ଲାଭ

ନୂଆଦିଲ୍ଲୀ: ରାସନ କାର୍ଡଧାରୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଆପଣ ଜାଣିବା ଉଚିତ ଯେ, ରାସନ କାର୍ଡଧାରୀମାନଙ୍କୁ ମାସରେ ଦୁଇଥର ମାଗଣା ରାସନ ଯୋଗାଇଦିଆଯାଉଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ବା PMGKY ଅଧୀନରେ ମାଗଣା ରାସନ ବିତରଣ ଅଭିଯାନ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହା ପରେ ଉତ୍ତରପ୍ରଦେଶରେ ୧୫ କୋଟିରୁ ଅଧିକ ରାସନ କାର୍ଡଧାରୀ ମାଗଣାରେ ଦୁଇଗୁଣ ରାସନ ପାଇବାକୁ ଯାଉଛନ୍ତି । ତେବେ ଉତ୍ତରପ୍ରଦେଶରେ ହେବାକୁ ଥିବା ନିର୍ବାଚନ ନେଇ ସରକାର ଅନେକ ଘୋଷଣା କରୁଛନ୍ତି ।

କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନାର ସମ୍ପ୍ରସାରଣ ପରେ ବର୍ତ୍ତମାନ ୟୁପିର ଯୋଗ୍ୟ ରାସନ କାର୍ଡଧାରୀମାନେ ପ୍ରତି ମାସରେ ୧୦ କିଲୋଗ୍ରାମ ମାଗଣା ରାସନ ପାଉଛନ୍ତି । ବର୍ତ୍ତମାନ ହିତାଧିକାରୀମାନେ ମାସକୁ ଦୁଇଥର ଗହମ ଏବଂ ଚାଉଳ ମାଗଣାରେ ପାଉଛନ୍ତି । ଏହା ସହିତ ଡାଲି, ଖାଇବା ତେଲ ଏବଂ ଲୁଣ ମଧ୍ୟ ମାଗଣାରେ ଯୋଗାଇ ଦିଆଯାଉଛି ।

ତେବେ କରୋନା ମହାମାରୀ ପରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ, ଗରିବ ଓ ଶ୍ରମିକମାନଙ୍କୁ ଗରିବ କଲ୍ୟାଣ ଯୋଜନା ଅଧିନରେ ସହାୟତା ଯୋଗାଉଛନ୍ତି ସରକାର । PMGKYର ଅବଧି ନଭେମ୍ବରରେ ଶେଷ ହେବାକୁ ଥିବା ବେଳେ ରାଜ୍ୟର ଯୋଗୀ ସରକାର ନିକଟରେ ଏହାକୁ ପୁଣି ବଢ଼ାଇବା ସହ ମାଗଣା ରାସନ ବିତରଣ ପାଇଁ ଘୋଷଣା କରିଥିଲେ । ଏବେ ଅନ୍ତ୍ୟୋଦୟ ରାସନ କାର୍ଡଧାରୀ ଓ ଯୋଗ୍ୟ ପରିବାରକୁ ଡିସେମ୍ବରରୁ ୨ ଗୁଣା ରାସନ ଯୋଗାଇ ଦିଆଯାଉଛି ।

Get real time updates directly on you device, subscribe now.