fbpx

ଦେଶର ଉଚ୍ଚ ମୁଦ୍ରାସ୍ପୀତି ମଧ୍ୟରେ ଏପ୍ରିଲରେ ଉତ୍ପାଦନ କ୍ଷେତ୍ରରେ ୫୪.୭ ପ୍ରତିଶତ ବୃଦ୍ଧି ପାଇଲା ପିଏମଆଇ

ନୁଆଦିଲ୍ଲୀ: କରୋନା ମହାମାରୀ ପରେ ଭାରତୀୟ ଅର୍ଥନୀତିରେ ବର୍ତ୍ତମାନ ତୀବ୍ର ଅଭିବୃଦ୍ଧି ଘଟୁଛି । ଏଭଳି ସମୟରେ ଏକ ସର୍ଭେ ରିପୋର୍ଟରୁ ଜଣା ପଡ଼ିଛି ଯେ ଭାରତୀୟ କଳକାରଖାନା ଗୁଡ଼ିକରେ ଉତ୍ପାଦନ ବଢିବା ସହିତ ନୂତନ ଅର୍ଡରରେ ମଧ୍ୟ ଅଖି ଦୃଶିଆ ବୃଦ୍ଧି ପାଇଛି । ଏହା ସାଙ୍ଗକୁ ଭାରତୀୟ ସାମଗ୍ରୀର ରପ୍ତାନୀରେ ମଧ୍ୟ ବୃଦ୍ଧି ପାଇଛି । ଆନ୍ତର୍ଜାତୀୟ ଚାହିଦା ବୃଦ୍ଧି ପାଇ ୯ ମାସର ଉଚ୍ଚତାକୁ ଛୁଇଁଛି । ଏବଂ ସେହିପରି ଘରୋଇ ଚାହିଦା ହାରାହାରିରୁ ଅଧିକ ରହିଛି ।

ଦେଶରେ କରୋନାଭାଇରସ୍ ପ୍ରତିବନ୍ଧକ ହ୍ରାସ ହେତୁ ମାର୍ଚ୍ଚରେ ଏସ ଆଣ୍ଡ ପି ଗ୍ଲୋବାଲ୍ ଇଣ୍ଡିଆ ସର୍ଭେ ଅନୁଯାୟୀ ଉତ୍ପାଦନ କ୍ରୟ ମ୍ୟାନେଜର୍ସ ଇଣ୍ଡେକ୍ସ(ପିଏମଆଇ) ମାର୍ଚ୍ଚରେ ୫୪.୦ ପ୍ରତିଶତ ଥିବା ବେଳେଏପ୍ରିଲରେ ୫୪.୭ ପ୍ରତିଶତକୁ ବୃଦ୍ଧି ପାଇଛି । ଏପ୍ରିଲ୍ ପିଏମଆଇ ତଥ୍ୟ କ୍ରମାଗତ ଦଶମ ମାସ ପାଇଁ ସାମଗ୍ରିକ କାର୍ଯ୍ୟ ସ୍ଥିତିର ଉନ୍ନତିକୁ ସୂଚିତ କରୁଛି । ୫୦ ରୁ ଅଧିକ ପିଏମଆଇ ଅର୍ଥ ଉତ୍ପାଦନରେ ବୃଦ୍ଧିକୁ ସୂଚାଇଥାଏ । ଯେତେବେଳେ ୫୦ ରୁ କମ୍ ସ୍କୋର ସଂକୋଚନକୁ ସୂଚିତ କରିଥାଏ ।

ବିକ୍ରୟ ଏବଂ ଇନପୁଟ୍ କ୍ରୟରେ ବୃଦ୍ଧି ସହିତ କାରଖାନାଗୁଡ଼ିକ ଉପରୋକ୍ତ ଧାରାରେ ଉତ୍ପାଦନକୁ ବୃଦ୍ଧି କରିବାରେ ଲାଗି ରହିବେ । ଲଗାତାର ନଅ ମାସ ପରେ ମାର୍ଚ୍ଚ ମାସରେ ପ୍ରଥମେ ଅଭିବୃଦ୍ଧି ଆରମ୍ଭ ହୋଇଛି । ଏବଂ ଏହା ପରେ ଏପ୍ରିଲ ମାସରେ ରପ୍ତାନୀ ପାଇଁ ଅର୍ଡର ବୃଦ୍ଧି ଘଟିଛୀ । ଏହି ଅଭିବୃଦ୍ଧି ଗତ ଜୁଲାଇ ପରଠୁ ଲଗାତାର ବୃଦ୍ଦି ପାଇ ଚାଲିଛି । ନିକଟ ଭବିଷ୍ୟତରେ ଅଭିବୃଦ୍ଧି ବଜାୟ ରହିବ ବୋଲି କହିଛନ୍ତି ଏସ ଆଣ୍ଡ ପି ଗ୍ଲୋବାଲ ଅର୍ଥନୀତି ସହଯୋଗୀ ନିର୍ଦ୍ଦେଶକ ପୋଲିୟାନା ଡି ଲିମା ।

ତେବେ ଦ୍ରବ୍ୟର ମୂଲ୍ୟ ବୃଦ୍ଧି, ଋଷ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏବଂ ପରିବହନ ଖର୍ଚ୍ଚ ଅଧିକ ହେତୁ ମୁଦ୍ରାସ୍ଫୀତି ଚାପ ମଧ୍ୟ ବୃଦ୍ଧି ପାଇଛି । ମୂଲ୍ୟ ଚାପର ଏହି ବୃଦ୍ଧି ଚାହିଦାକୁ ହ୍ରାସ କରିପାରେ କାରଣ ସଂସ୍ଥାଗୁଡ଼ିକ ସେମାନଙ୍କ ଗ୍ରାହକଙ୍କ ସହ ଅତିରିକ୍ତ ଖର୍ଚ୍ଚ ଭାର ବହନ କରିବାକୁ ବାଧ୍ୟ ହେଉଛନ୍ତି । ପାଞ୍ଚ ମାସ ମଧ୍ୟରେ କଞ୍ଚାମାଲର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଥିବାବେଳେ ଉତ୍ପାଦିତ ଦ୍ରବ୍ୟର ଚାର୍ଜ ମୁଦ୍ରାସ୍ଫୀତି ୧୨ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବର୍ତ୍ତମାନ ଜୁନ୍ ମାସରେ ଏହାର ଆଗାମୀ ତୈୟମାସିକ ବୈଠକରେ ପ୍ରମୁଖ ସୁଧ ହାର ବୃଦ୍ଧି କରିବ ଏବଂ ମୁଦ୍ରାସ୍ଫୀତିର ମୁକାବିଲା ପାଇଁ ଏକ ରାସ୍ତା ବାଛିବ ବୋଲି ଆଶା କରାଯାଉଛି। ତେବେ ସର୍ଭେରେ କୁହାଯାଇଛି ଯେ ଏପ୍ରିଲ୍ ମାସରେ ନିଯୁକ୍ତିରେ ସାମାନ୍ୟ ବୃଦ୍ଧି ଘଟିଛି।

ଚାହିଦା ବୃଦ୍ଧି ପାଇଥିବା ବେଳେ ଉତ୍ପାଦନ ପାଇଁ ଭାରତୀୟ ଉତ୍ପାଦନକାରୀ ମାନେ ଚାପ କମାଇବାକୁ ଚେଷ୍ଟା କରୁଥିବା ହେତୁ ଏପ୍ରିଲ୍ ମାସରେ ନିଯୁକ୍ତିରେ ସାମାନ୍ୟ ବୃଦ୍ଧି ଘଟିଥିଲା ବୋଲି ସର୍ଭେରେ କୁହାଯାଇଛି। ଏହି ଅଭିବୃଦ୍ଧି ବ୍ୟବସାୟୀ ମାନଙ୍କୁ ଅତ୍ମବିଶ୍ୱସକୁ ବୃଦ୍ଦି କରିଛି । ତେବେ ବର୍ତ୍ତମାନର ପ୍ରଦର୍ଶନକୁ ଆଧାର କରି ପୁରା ବର୍ଷକର ଭବିଷ୍ୟବାଣୀ କରିବା କଷ୍ଟକର ବୋଲି ଆର୍ଥୀକ ବିଶାରଦମାନେ କହିଛନ୍ତି ।

 

Get real time updates directly on you device, subscribe now.