fbpx

ଖୁସିଖବର: ପିଏନବି ଗ୍ରାହକଙ୍କୁ ମିଳିବ ବଡ଼ ଫାଇଦା, ବ୍ୟାଙ୍କ କଲା ଏହି ଘୋଷଣା

Advertisement

ନୂଆଦିଲ୍ଲୀ : ଯଦି ଆପଣ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ବା ପିଏନବିର ଗ୍ରାହକ, ତେବେ ଆପଣଙ୍କ ପାଇଁ ଆସିଛି ଏକ ଖୁସିଖବର । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପାର୍ବଣ ଋତୁର ଅଫର ଭାବେ ଖୁଚୁରା ଉତ୍ପାଦ ଉପରେ ସମସ୍ତ ସେବା ଶୁଳ୍କ ଏବଂ ପ୍ରକ୍ରିୟାକରଣ ଶୁଳ୍କକୁ ଛାଡ କରିଛି । ପିଏନବିରୁ କାର୍ ଲୋନ୍ ବା ହୋମ୍ ଲୋନ୍ ନେବାକୁ ଯୋଜନା କରୁଥିବା ଗ୍ରାହକମାନେ ଏହି ସୁବିଧାର ଲାଭ ଉଠାଇପାରିବେ ।

ବ୍ୟାଙ୍କ ନିଜ ବିଜ୍ଞପ୍ତିରେ କହିଛି ଯେ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଫେଷ୍ଟିଭାଲ ବୋନାନଜା ଅଫର ଆରମ୍ଭ କରିଛି । ଏହି ଯୋଜନା ଅଧିନରେ ସମସ୍ତ ଖୁଚୁରା ଉତ୍ପାଦ ଯେପରିକି ପ୍ଲାନେଟ୍, ଯାନ, ସମ୍ପତ୍ତି, ପେନସନ୍ ଓ ଗୋଲ୍ଡ ଲୋନ୍ ଉପରେ ସମସ୍ତ ପ୍ରକାର ସେବା ଦେୟ, ପ୍ରୋସେସିଙ୍ଗ ଫିସ୍ ଓ ଡକ୍ୟୁମେଣ୍ଟେସନ୍ ଚାର୍ଜ ଛାଡ଼ ହୋଇଛି ।

Get real time updates directly on you device, subscribe now.