ପଞ୍ଜାବ ନ୍ୟାସନାଲ୍ ଗ୍ରାହକଙ୍କ ପାଇଁ ଜରୁରୀ ଖବର, ଏପ୍ରିଲ୍ ୪ରୁ ବଦଳିଯିବ ଏହି ନିୟମ; ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଦେଶର ଦ୍ୱିତୀୟ ବୃହତ୍ତମ ସରକାରୀ ଋଣଦାତା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଗ୍ରାହକଙ୍କ ପାଇଁ ଦେୟ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ଯାଉଛି। ବାସ୍ତବରେ, ପିଏବି ୪ ଏପ୍ରିଲ ୨୦୨୨ ରୁ ପଜିଟିଭ୍ ପେ ସିଷ୍ଟମ୍ ଲାଗୁ କରିବାକୁ ଯାଉଛି । ଏହି ସିଷ୍ଟମ୍ ଦ୍ୱାରା ବିନା ଯାଞ୍ଚରେ କୌଣସି ଚେକ୍ ପେମେଣ୍ଟ ହେବ ନାହିଁ । ନିୟମ ଅନୁଯାୟୀ, ଯଦି ଯାଞ୍ଚ ହେବ ନାହିଁ ତାହେଲେ ଆପଣଙ୍କ ଚେକ୍ ଫେରାଇ ଦିଆଯିବ ।

ପିଏନବିର ଅଫିସିଆଲ୍ ୱେବସାଇଟ୍ pnbindia.in  ରେ ଉପଲବ୍ଧ ଥିବା ତଥ୍ୟ ମୁତାବକ, ଏପ୍ରିଲ୍ ୪ ତାରିଖରୁ ପଜିଟିଭ୍ ପେ ସିଷ୍ଟମ୍ ଲାଗୁ ହେବ । ଏହାପରେ ଯଦି ଗ୍ରାହକ ବ୍ରାଞ୍ଚ କିମ୍ବା ଡିଜିଟାଲ୍ ଚ୍ୟାନେଲ୍ ଜରିଆରେ ୧୦ ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ଟଙ୍କା ର ଚେକ୍ ଜାରି କରୁଛନ୍ତି ତାହେଲେ ପିପିଏସ୍ କନଫର୍ମେସନ୍ ବାଧ୍ୟତାମୂଳକ ହେବ । ଗ୍ରାହକଙ୍କ ଆକାଉଣ୍ଟ୍ ନମ୍ବର, ଚେକ୍ ନମ୍ବର, ଚେକ୍ ଅଲ୍ଫା, ଚେକ୍ ତାରିଖ, ଚେକ୍ ଆମାଉଣ୍ଟ୍ ଓ ଲାଭାର୍ଥୀଙ୍କ ନାମ ଦେବାକୁ ପଡ଼ିବ ।

ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ୧୮୦୦-୧୦୩-୨୨୨୨ କିମ୍ବା ୧୮୦୦-୧୮୦-୨୨୨୨କୁ କଲ୍ କରି ପିପିଏସ୍ ର ପୂରା ତଥ୍ୟ ନେଇପାରିବେ । ଏତଦବ୍ୟତୀତ ଗ୍ରାହକ ମାନେ ୱେବସାଇଟ୍ ଜରିଆରେ ତଥ୍ୟ ସଂଗ୍ରହ କରିପାରିବେ । ଆରବିଆଇ ପକ୍ଷରୁ ଫ୍ରଡ୍ ତଥା ଠକଙ୍କୁ ଧରିବା ପାଇଁ ପିପିଏସ୍ ସିଷ୍ଟମ୍ କୁ ଚଳିତ ବର୍ଷ ଜାନୁଆରୀ ୧ ତାରିଖରୁ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପିପିଏସ୍ ସହାୟତାରେ ଚେକ୍ ପେମେଣ୍ଟ୍ ସୁରକ୍ଷିତ ହେବ । ସେହିପରି କ୍ଲିୟରାନ୍ସରେ କମ୍ ସମୟ ଲାଗିବ । ଏହାଦ୍ୱାରା ଆପଣ ଚେକ୍ କୁ ନେଇ ଏଠି ସେଠି ବୁଲିବାକୁ ପଡ଼ିବ ନାହିଁ ।