ପୋଡ଼ି ହୋଇ ଯୁବକଙ୍କ ମୃତ୍ୟୁ; ବାପ, ସାବତ ମା’ ସହ ଭାଇକୁ ବାନ୍ଧିଲା ପୋଲିସ

ସାଇଣ୍ଟିଫିକ୍ ଟିମର ତଦନ୍ତରେ ପ୍ରମାଣ ମିଳିବା ପରେ ୩ଜଣଙ୍କୁ ବାନ୍ଧିଛି ପୋଲିସ।

ବାଲିପାଟଣା: ବାଲିପାଟଣା ଯୁବକଙ୍କ ମୃତ୍ୟୁ ଘଟଣା ୩ ଜଣଙ୍କୁ ବାନ୍ଧିଲା ପୋଲିସ। ବାପା, ସାବତ ମା’, ସାନ ଭାଇକୁ ଗିରଫ କରିଛି ପୋଲିସ।

ପ୍ରେସ ମିଟ୍‌ରେ ଜୋନ୍ ୪ ଏସପି ଅଭିମନ୍ୟୁ ନାୟକ ଏହି ସୂଚନା ଦେଇଛନ୍ତି। ସାଇଣ୍ଟିଫିକ୍ ଟିମର ତଦନ୍ତରେ ପ୍ରମାଣ ମିଳିବା ପରେ ୩ଜଣଙ୍କୁ ବାନ୍ଧିଛି ପୋଲିସ।

ଏମାନଙ୍କୁ କୋର୍ଟ ଚାଲାଣ କରାଯିବ। ଦରକାର ପଡ଼ିଲେ ରିମାଣ୍ଡରେ ଆଣି କରିବୁ ପଚରାଉଚରା।

ମୃତ୍ୟୁ ପୂର୍ବରୁ ଯୁବକ ଜଣଙ୍କ ୩ଜଣଙ୍କ ନାଁରେ କରିଥିଲେ ଅଭିଯୋଗ। ଜମି ବାଡ଼ି ବିବାଦକୁ ନେଇ ଘଟିଛି ଏହି ଘଟଣା।

ଏହା ହତ୍ୟା ନା ଆତ୍ମହତ୍ୟା ଏଭଳି ସନ୍ଦେହ କରାଯାଉଥିବା ବେଳେ ପତ୍ନୀ ବଖାଣି ଛନ୍ତି ନିର୍ଯାତନାର କାହାଣୀ।

ସାବତ ମାଆ, ଶ୍ୱଶୁର, ଦିଅର, ଯାଆ ସମସ୍ତେ ମିଶି ମୋ ସ୍ୱାମୀକୁ ମାରିଦେଲେ।

ଆଉ କିଛି ଲୋକଙ୍କର ମଧ୍ୟ ଏହି ଘଟଣାରେ ଭୂମିକା ରହିଛି।

ସମ୍ପତ୍ତି ପାଇଁ ଆମକୁ ପୂର୍ବରୁ ଘରୁ ବାହାର କରିଦେଇଥିଲେ। ଯେଉଁମାନେ ଏଥିରେ ସମ୍ପୃକ୍ତ ସେମାନଙ୍କୁ କଠୋର ଦଣ୍ଡ ଦିଆଯାଉ।