fbpx

ଘରେ ରଖିଥିଲେ ଛଅ ଜଣ ଯୌନ ଦାସୀ, ଯୁବକଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ, ୧୮ା୩: ଅଷ୍ଟ୍ରେଲିଆର ଜଣେ ଯୁବକଙ୍କଘରୁ ଛଅ ଜଣ ଯୌନ ଦାସୀଙ୍କୁ ଉଦ୍ଧାର କରାଯାଇଛି । ଅଷ୍ଟ୍ରେଲିଆର ଗ୍ରାମାଞ୍ଚଳରେ ଏକ ଦୀର୍ଘ ପରିସରରେ ନିର୍ମିତ କୋଠା ମଧ୍ୟରେ ଜେମ୍ସ ରବର୍ଟ ଡେବିସ ଏହି କାର୍ଯ୍ୟ ଚଳାଇ ଆସୁଥିଲା । ପୋଲିସକୁ ଚଢ଼ାଉରେ ଅନେକ ତଥ୍ୟ ମିଳିବା ସହ ଡେବିସ ମହିଳାମାନଙ୍କୁ ଗୁଲାମ କରି ରଖୁଥିବା ଅଭିଯୋଗ ହୋଇଛି । ପୋଲିସ ଡେବିସକୁ ଗିରଫ କରିଥିବା ଜଣାପଡ଼ିଛି । ଜଣେ ପୀଡ଼ିତା ମହିଳା କହିଛନ୍ତି ଯେ, ଡେବିସ୍ ତାଙ୍କ ବେକରେ ଷ୍ଟିଲର ପଟା ଲଗାଇ ଏକ ପିଞ୍ଜରାରେ ବନ୍ଦ କରି ରଖିଥିଲେ । ଅଭିଯୁକ୍ତର ବାସଭବନର ଆକାର ବହୁତ ବଡ଼ ହୋଇଥିବାରୁ ପୋଲିସକୁ ଛାନଭିନ କରିବାକୁ ୧୫ ଘଣ୍ଟା ସମୟ ଲାଗିଥିଲା । ଡେବିସ ବିରୋଧରେ ମହିଳାମାନଙ୍କୁ ଶାରୀରିକ, ମାନସିକ ଓ ଯୌନ ଶୋଷଣ କରୁଥିବା ଅଭିଯୋଗ ହୋଇଛି ।

Get real time updates directly on you device, subscribe now.