ବରଘରକୁ ଲଣ୍ଠନ ଦେଖାଇ ସୁନା, ଗହଣା ନେଇ ଚମ୍ପଟ ମାରୁଥିଲେ ମା’ ଝିଅ, ଏବେ ବାନ୍ଧିଛି ପୋଲିସ

ଭୁବନେଶ୍ୱର: ଧରାପଡ଼ିଲେ ଠକ ମା’ଝିଅ । ନୟାଗଡ଼ରୁ ମା’ ଝିଅଙ୍କୁ ଗିରଫ କଲା ନୟାପଲ୍ଲୀ ପୋଲିସ ।

ବାହାଘର ଆଳରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ବିବାହ ଦିନ ଗହଣା, ଟଙ୍କା ନେଇ ଫେରାର୍ ହେଉଥିଲେ ।

ଏକାଧିକ ପୁଅଙ୍କ ପାଖରୁ ଟଙ୍କା ସୁନା ଲୁଟ୍ କରି ଘରୁ ଚମ୍ପଟ ମାରୁଥିବା ସେମାନଙ୍କ ନାଁରେ ଅଭିଯୋଗ ହୋଇଛି ।

ରେଷ୍ଟୁରାଣ୍ଟରେ ଝିଅ ଦେଖା ପରେ ନିର୍ବନ୍ଧ ଫିକ୍ସ କରୁଥିଲେ । ଏହାପରେ ଆନ୍ଧ୍ର ପରମ୍ପରା ଅନୁସାରେ ଝିଅକୁ ସୁନା ଅଳଙ୍କାର ଦେଉଥିଲେ ବର ।
ବାହାରଘର ଦିନ ସେହି ସୁନା ଗହଣା ନେଇ ଫେରାର୍ ମାରୁଥିଳେ ମା’ ଝିଅ ।

ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରି ଘଟଣା ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି । ତେବେ ମା’ଝିଅ ଏମିତି କେତେବର୍ଷ ହେବ କରୁଆସୁଛନ୍ତି ଓ ଏମାନଙ୍କ ସଠିକ୍ ପରିଚୟ ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇ ନାହିଁ ।