fbpx

ପୋଲିସ କେବେବି କାଟିବନି ଆପଣଙ୍କ କାର ବା ବାଇକର ଚାଲାଣ ! କେବଳ ଗୋଟିଏ କଥା ପ୍ରତି ଧ୍ୟାନ ଦିଅନ୍ତୁ

ନୂଆଦିଲ୍ଲୀ: ରାସ୍ତାରେ ଗାଡ଼ି ଚଳାଇବା ସମୟରେ ଟ୍ରାଫିକ୍ ନିୟମ ମାନିବା ନିହାତି ଆବଶ୍ୟକ । ଯଦି ଆପଣ ଏହିସବୁ ନିୟମକୁ ସଠିକ୍ ଭାବରେ ପାଳନ କରୁନାହାନ୍ତି ତାହେଲେ ଚାଲାଣ କଟିପାରେ । ରାସ୍ତାରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଲଗାତାର ପ୍ରୟାସ ଜାରି ରଖିଛନ୍ତି । ଯାନବାହନ ଚଳାଇବା ସମୟରେ ଯାତାୟତର ନିୟମ ପାଳନ କରିବା ଉଚିତ । ଯାହାଦ୍ୱାରା କମ ପରିମାଣରେ ଦୁର୍ଗଟଣା ଘଟିବା ସହିତ ଅନେକ ମୂଲ୍ୟବାନ ଜୀବନ ରକ୍ଷା ପାଇ ପାରିବ । ତେବେ ନିୟମ ନ ମାନିଲେ ଜୀବନ ପ୍ରତି ବିପଦ ରହିଥାଏ । ଏହା ବ୍ୟତୀତ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରୁଥିବା ଲୋକମାନଙ୍କୁ ସାବାଡ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛି ପ୍ରଶାସନ । ବିଶେଷ କରି ସେମାନଙ୍କୁ ପୋଲିସ କର୍ମଚାରୀଙ୍କ ଦ୍ୱାରା ଚାଲାଣ କଟାଯିବାର ମଧ୍ୟ ଖୁବ ସମ୍ଭାବନା ରହିଥାଏ । ତେବେ ପୋଲିସର ଏହି ଚାଲାଣରୁ ରକ୍ଷା ପାଇବା ପାଇଁ ଏହି ଉପାୟ ଆପଣେଇ ପାରିବେ ।

ରାସ୍ତାରେ ଟ୍ରାଫିକ ନିୟମ ଭାଙ୍ଗୁଥିବା ବ୍ୟକ୍ତିଙ୍କୁ ମୋଟା ଅଙ୍କର ଜରିମାନା ସହିତ ଅନେକ ସମୟରେ ଜେଲ ଭଳି ଦଣ୍ଡ ମଧ୍ୟ ରହିଛି । ତେବେ ଏହା ବ୍ୟତୀତ ଗୋଟିଏ କଥାର ଧ୍ୟାନ ରକିବା ଦ୍ୱାରା ମଧ୍ୟ ଆପଣ ଏହି ଚାଲାଣ ଏବଂ ଜେଲରୁ ବର୍ତ୍ତି ଯାଇପାରିବେ । ଏଥିରୁ ବଞ୍ଚିବା ପାଇଁ ସବୁଠୁ ଭଲ ଉପାୟ ହେଉଛି ନିୟମ ମାନି ଚଳିବା । ତେବେ ଯଦି କିଛି ନିୟମ ବିଷୟରେ ଜଣା ନଥାଏ ତେବେ ଆପଣ କ’ଣ କରିବେ ?

ବାଇକରେ ଯିବା ସମୟରେ ହେଲମେଟ ପିନ୍ଧିବା, କାରରେ ଯିବା ସମୟରେ ସିଟ ବେଲ୍ଟ ବାନ୍ଧିବା, ଡ୍ରିଙ୍କ ଆଣ୍ଡ ଡ୍ରାଇଭରୁ ଦୂରେଇ ରହିବା, ରେଡ ଲାଇଟ ଅତିକ୍ରମ ନ କରିବା, ଓଭରଲୋଡିଙ୍ଗ ନ କରିବା, ବିପରୀତ ଦିଗରେ ଗାଡି ନ ଚଳାଇବା ଇତ୍ୟାଦି ସହିତ ନିଜ ଗାଡିର କାଗଜପତ୍ର ଠିକ ରଖିବା ନିହାତି ଆବଶ୍ୟକ । ତେବେ ଯଦି ଆପଣ ଏହି ଦସ୍ତାପିଜ ଆପଣଙ୍କ ପାଖରେ ରକି ନାହାନ୍ତି,ଏହାକୁ ସରକାରୀ ମୋବାଇଲ ଆପ୍ “ଡିଜିଲକର’ରେ ଅପଲୋଡ କରି ମୋବାଇଲରେ ସେଭ କରି ପାରିବେ ।

ଏହାପରେ ଯଦି କୌଣସି ସ୍ଥାନରେ ପୋଲିସ ଆପଣଙ୍କୁ ଏହି ଡକ୍ୟୁମେଣ୍ଟ ଦେଖାଇବାକୁ କୁହନ୍ତି । ଆପଣ ଆରାମରେ ଏହାକୁ ମୋବାଇଲରେ ଦେଖାଇ ପାରିବେ । ଏହାଦ୍ୱାରା ଆପଣଙ୍କ ଡକ୍ୟୁମେଣ୍ଟ ସୁରକ୍ଷିତ ରହିବା ସହିତ ଆପଣ ଚାଲାଣରୁ ମଧ୍ୟ ରକ୍ଷା ପାଇ ପାରିବେ । ଆପଣଙ୍କର ସମସ୍ତ ଡକ୍ୟୁମେଣ୍ଟ୍ ଆପଣଙ୍କ ସହିତ ରଖିବାକୁ ଚେଷ୍ଟା କରନ୍ତୁ ।

Get real time updates directly on you device, subscribe now.