fbpx

ଏମିତି ବି ହୋଇପାରେ ମୃତ୍ୟୁ! ଡ୍ୟୁଟି ସମୟରେ ଆଖି ବୁଜିଲେ ପୋଲିସ କନେଷ୍ଟବଳ

ରାଜସ୍ଥାନ: ରାଜସ୍ଥାନ ଡୁଙ୍ଗରପୁର ଜିଲ୍ଲାରେ ଘଟିଯାଇଛି ଏକ ହୃଦୟଥରା ଘଟଣା । ଡ୍ୟୁଟି କରୁଥିବା ସମୟରେ ହିଁ ପୋଲିସ କର୍ମଚାରୀଙ୍କ ନିକଟରେ ପହଞ୍ଚିଛି କାଳ । ଖାକି ବର୍ଦ୍ଦିରେ ମୃତ୍ୟୁକୁ ଆଲିଙ୍ଗନ କରି ଆରପାରିକୁ ଚାଲିଯାଇଛନ୍ତି ଏହି ବାହଦୂର ଅଫିସର । ଡିଏସପିଙ୍କ ସହିତ ତସ୍କରୀର ଯାଞ୍ଚ କରିବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଯାଇଛି । ନିଜ ମାଟି ମାଆର ସେବା କରୁ କରୁ ପ୍ରାଣ ହରାଇଛନ୍ତି କନେଷ୍ଟବଳ କିରୀଟ ଭଟ୍ଟ ।

ସୂଚନା ଅନୁସାରେ, ଜବତ ହୋଇଥିବା ମଦ ନଷ୍ଟ ନ କରି ତସ୍କରମାନଙ୍କୁ ବିକ୍ରି କରିବା ସହିତ ସମ୍ପୃକ୍ତ ଟ୍ରକ ଡ୍ରାଇଭରଙ୍କୁ ଫେରାର କରାଇ ଦେବା ଅଭିଯୋଗରେ ଫସିଛି ବିଛିୱାଡା ପୋଲିସ ଷ୍ଟେସନ । ଏ ନେଇ ଥାନା ବିରୋଧରେ ଯାଞ୍ଚ ମଧ୍ୟ ଜାରି ରହିଛି । ତେବେ ଏହାର ଯାଞ୍ଚ ପାଇଁ ଡିଏସପିଙ୍କ ସହିତ ରତନପୁରରେ ପହଞ୍ଚିଥିଲେ କନେଷ୍ଟବଳ କିରୀଟ ଭଟ୍ଟ । ତେବେ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରିବା ପରେ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ହଠାତ ଅସୁସ୍ଥ ହୋଇପଡିଥିଲେ କନେଷ୍ଟବଳ । ଏହାପରେ ଡିଏସପି ତାଙ୍କ ଗାଡିରେ ବିଛିୱାଡା ହସ୍ପିଟାଲ ନେଇଯାଇଥିଲେ । କିନ୍ତୁ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ସେଠାରୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

ଡୁଙ୍ଗରପୁର ହସ୍ପିଟାଲରେ ଫିଜିସିଆନ ଡ. ଆଜେଶ ଡାମୋର ତାଙ୍କୁ ବଞ୍ଚାଇବାର ଅନେକ ଚେଷ୍ଟା ପରେ ମଧ୍ୟ ଏହା ସମ୍ଭବ ହୋଇ ପାରିନଥିଲା । ଶେଷରେ କିରୀଟଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । କନେଷ୍ଟବଳଙ୍କ ମୃତ୍ୟୁରେ ଡିଏସପିଙ୍କ ଆଖିରୁ ମଧ୍ୟ ଧାର ଧାର ହୋଇ ଲୁହ ଝରିଯାଇଥିବା ଦେଖାଯାଇଛି । ଏହି ଘଟଣା ଏବେ ଥାନାରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।

Get real time updates directly on you device, subscribe now.