fbpx

ମିସ୍ କଲରୁ ଆରମ୍ଭ ହେଲା ପ୍ରେମ: ବିବାହ ପରେ ପ୍ରତାରଣା ମିଳିବାରୁ ସ୍ୱାମୀକୁ ଚପଲରେ ପିଟିଲା ସ୍ତ୍ରୀ

ନୂଆଦିଲ୍ଲୀ: ଆଜିକାଲି ଭଲପାଇବା ଓ ବିବାହ କରିବା ଆଦିକୁ ଲୋକମାନେ ଖେଳ ବୋଲି ଭାବୁଛନ୍ତି । କିଏ ବାହାହୋଇ ପରକୀୟା ପ୍ରୀତି ରଖୁଛି ତ ଆଉ କିଏ ଛୁଆ ପରେ ବି ଅନ୍ୟ କାହା ସହ ପଳାଇଯାଉଛି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏପରି ଏକ ଘଟଣା, ଯଉଁଥିରେ ଜଣେ ପତ୍ନୀ ନିଜ ସ୍ୱାମୀକୁ ଚପଲରେ ପିଟୁଥିବା ଦେଖିବାକୁ ମିଳିଛି । ବିଚ୍ ରାସ୍ତାରେ ନିଜ ସ୍ୱାମୀଙ୍କୁ ପିଟୁଥିବା ଦେଖି ଜହାନାବାଦରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ସମୟରେ ଲୋକମାନେ ମଧ୍ୟ ପ୍ରବଳ ମାତ୍ରାରେ ଜମା ହୋଇଥିଲେ । ଏହି ମାମଲାଟି ପାଟନା ଗୟା ରେଲ ବିଭାଗ କୋର୍ଟ ହାଲ୍ଟ ଷ୍ଟେସନରେ ପାଖରେ ଘଟିଥିବା ଜଣାପଡିଛି ।

ବ୍ୟକ୍ତିଜଣକ ପ୍ରଥମେ ପ୍ରେମ ଜାଲରେ ଫସାଇ ବିବାହ କରିଥିଲା ଓ ପରେ ଧୋକା ଦେଇଥିବା ମହିଳାଜଣକ ଅଭିଯୋଗ କରିଛନ୍ତି । ଶେଖପୁରା ଜିଲ୍ଲାରେ ରହୁଥିବା ବିବାହିତାଙ୍କ କହିବା ମୁତାବକ, ମିସ୍ ମାଧ୍ୟମରେ ମନୋହରଙ୍କ ସହ ତାଙ୍କର ଚିହ୍ନା ହୋଇଥିଲା । ପରେ ମନୋହର ତାଙ୍କୁ ପ୍ରେମଜାଲରେ ଫସାଇଥିଲେ ଓ ମାର୍ଚ୍ଚରେ ଦୁହେଁ ବିବାହ କରିଥିଲେ । ବିବାହ ପରେ ଦୁହେଁ ଦିଲ୍ଲୀ ଯାଇ ରହିବାକୁ ଲାଗିଲେ ।

ପ୍ରେମ ଜାଲରେ ଫସାଇବା ବେଳେ ମନୋହର ନିଜ ଅବିବାହିତ କହିଥିଲା । କିନ୍ତୁ ଯେତେବେଳେ ଦିଲ୍ଲୀ ନିଜ ଘରକୁ ଗଲା, ସେବେ ସେଠାରେ ତାଙ୍କ ପତ୍ନୀ ଓ ପିଲା ଥିବା ଜଣାପଡିଲା । ଏହା ପରେ ଦୁହିଁଙ୍କ ମଧଞରେ ଝଗଡ଼ା ଆରମ୍ଭ ହୋଇଥିଲା ଓ ଛାଡ଼ପତ୍ର ନେବାକୁ ଦୁହେଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ସ୍ୱାକୀ ଠିକ୍ ସମୟରେ କୋର୍ଟରେ ପହଞ୍ଚିପାରିନଥିଲେ । ଖୋଜାଖୋଜି ପରେ ସ୍ୱାମୀଙ୍କୁ କୋର୍ଟରେ ବାହାରେ ପାଇଥିଲେ ପତ୍ନୀ । ଏହା ପରେ ରାଗରେ ତମତମ ହୋଇ ପତ୍ନୀ ନିଜ ସ୍ୱାମୀଙ୍କୁ ଚପଲରେ ମାଡ଼ ମାରିବା ଆରମ୍ଭ କରିଥିଲେ । ପରିସ୍ଥିତି ଭିଗିଡ଼ିବାରୁ ସେଠାରେ ଉପସ୍ଥିତ ଥିବା ଲୋକମାନେ ଶେଷରେ ସେମାନଙ୍କ ଝଗଡ଼ା ତୁଟାଇ ପରସ୍ପରଙ୍କୁ ଅଲଗା କରିଥିଲେ ।

Get real time updates directly on you device, subscribe now.