fbpx

ଲାଲଗଡରେ ପୋଲିସ ଡିଜି: ମାଓ ଦମନରେ BSF କ୍ୟାମ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭେଇବ

ମାଲକାନଗିରି(ଓଡ଼ିଶା ଭାସ୍କର): ଲାଲ ଗଡ ଭାବେ ପରିଚିତ ଥିବା ଚିତ୍ରକୋଣ୍ଡା ର ସ୍ୱାଭିମାନ ଅଞ୍ଚଳ ପନସପୁଟ ଗ୍ରାମପଞ୍ଚାୟତ ଘନବେଡା ଠାରେ ଥିବା ନୂତନ BSF କ୍ୟାମ୍ପରେ ପହଁଚିଲେ ପୋଲିସ ଡିଜି ଅଭୟ । ସେଠାରେ ପହଞ୍ଚି ନୂତନ କ୍ୟାମ୍ପ ପରିଦର୍ଶନ କରିଥିଲେ । ତେବେ ପୂର୍ବରୁ ସେହି ଅଂଚଳରେ ମାଓ ବାଦୀଙ୍କ ଦବଦବା ଥିଲା । ଗୁରୁପ୍ରିୟା ସେତୁ ହେଲା ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଫୋକସ ରେ ଆସିଥିଲା ସ୍ୱାଭିମାନ ଅଂଚଳ ଏବଂ ଏହି ଅଞ୍ଚଳରେ କିଭଳି ଭାବେ ମାଓ ବାଦୀଙ୍କ ଦବଦବା କମାଯାଇ ପାରିବ ସେଥି ନେଇ ଆରମ୍ଭ ହୋଇଥିଲା ମାଓ ଦମାନର ବ୍ଲୁ ପ୍ରିଣ୍ଟ । ପିର୍ବରୁ ସେହି ଅଞ୍ଚଳକୁ ଯୋଗା ଯୋଗ ନଥିବାରୁ ସେହି ଅଞ୍ଚଳକୁ ବିଛିନା ଅଞ୍ଚଳ କୁହାଯାଉଥିଲା । କିନ୍ତୁ ଗୁରୁପ୍ରିୟା ସେତୁ ହେଲା ପରେ ସେହି ଅଞ୍ଚଳରେ ଗୋଟିଏ ପରେ ଗୋଟିଏ କ୍ୟାମ୍ପ ନିର୍ମାଣ ହୋଇଥିଲା । ତେବେ ଗତ କିଛି ଦିନ ପୂର୍ବେ ଘନବେଡା ଠାରେ ୪ ନମ୍ବର BSF କ୍ୟାମ୍ପ ନିର୍ମାଣ ହୋଇଥିଲା ।
ଯାହାକି ସେହି ଅଂଚଳରେ ମାଓବାଦୀ କାର୍ୟ୍ୟକଳାପ ରେ ରୋକ ଲଗାଇବ ।

ଏହି କ୍ୟାମ୍ପ ହେବା ଦ୍ୱାରା ସେହି ଅଂଚଳରେ ବିଭିନ୍ନ ଉନୟନ ମୂଳକ କାମ ହେବା ସହ ମାଓବାଦୀଙ୍କ ଉପରେ ନଜର ରଖାଯାଇପାରିବ । ଗ୍ରାମବାସୀ ମାନେ ପୋଲିସ ଡିଜି ଙ୍କୁ ନିଜ ପାଖରେ ଦେଖି ତାଙ୍କୁ ନିଜ ପାରମ୍ପରିକ ରୀତିନୀତି ଅନୁସାରେ ସ୍ୱାଗତ କରିବା ସହ ନିଜ ସମସ୍ୟା ସମ୍ବନ୍ଧରେ ଜଣାଇଥିଲେ । ଏଥିସହ କିଭଳି ଭାବେ ସେହି ଅଞ୍ଚଳରେ ମାଓ ଦମନ କୁ ରୋକା ଯାଇପାରିବା ସେଥି ନେଇ BSF ଓ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପୋଲିସ ଡିଜିଙ୍କ ସହ ଏଡିଜି ଲଳିତ ଦାସ୍, ଏସାଇଡବ୍ଲୁ ଅମିତାଭ ଠାକୁର, ଅନିରୁଦ୍ଧ ସିଂ, ମାଲକାନଗିରି ଏସପି ପ୍ରହଲ୍ଲାଦ ମୀନା ପ୍ରମୁଖ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.