fbpx

ଟ୍ରାଫିକ୍ ପୋଲିସ କର୍ମଚାରୀମାନଙ୍କୁ ମିଳିବ ଏସି ହେଲମେଟ୍, ଜାଣନ୍ତୁ କେମିତି ଏହା ପ୍ରସ୍ତୁତ ହୋଇଛି …

ଓଡିଶା ଭାସ୍କର; ନୂଆ ନୂଆ ଜ୍ଞାନ କୌଶଳ ସହ ନୂଆ ନୂଆ ଜିନିଷ ପ୍ରସ୍ତୁତ କରାଯାଉଛି । ଏହାରି ଭିତରେ ଏକ ନୂଆ ଜିନିଷ ପୋଲିସ କର୍ମଚାରୀ ପାଇଁ ପ୍ରସ୍ତୁତ କରାଯଇଛି । ଅସହ୍ୟ ଖରାରେ ନିଷ୍ଠାପର ଭାବେ ଟ୍ରାଫିକ ସିଗନାଲରେ ପୋଲିସ କର୍ମଚାରୀ ଡିୟୁଟି କରୁଥିବା ଆମେ ସମସ୍ତେ ଦେଖିବାକୁ ପାଇଥାନ୍ତି । ଡିୟୁଟିରେ ଥିବା ବେଳେ ଡ୍ରେସକୋଡ଼ ସହ ମୁଣ୍ଡରେ ଏକ ସାଧାରଣ ହେଲମେଟ ଲାଗିଥାଏ । ସେହି ସାଧାରଣ ହେଲମେଟ କେବଳ ସୁରକ୍ଷା ଯୋଗାଇ ଦେଇଥାଏ । କିନ୍ତୁ ଏବେ ଏପରି ଏକ ହେଲମେଟ ପ୍ରସ୍ତୁତ କରାଯାଇଛି ଯାହା ସୁରକ୍ଷା ଦେବା ସହ ମୁଣ୍ଡକୁ ଥଣ୍ଡା ହାୱା ଦେବ । ଏହି ହେଲମେଟକୁ ପ୍ରସ୍ତୁତ କରାଯାଇ ଟ୍ରାଫିକ ସିଗନାଲରେ ଡ୍ୟୁଟି କରୁଥିବା ପୋଲିସ କର୍ମୀଙ୍କୁ ପ୍ରଦାନ କରାଯିବ । ବିଭାଗ ତରଫରୁ ଏହି ଏସି ହେଲମେଟ ଯୋଗାଇ ଦିଆଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଟ୍ରାଫିକ୍ ପୋଲିସ କର୍ମଚାରୀମାନଙ୍କୁ ସାଧାରଣ ଭାବେ ବର୍ଷାରୁ ରକ୍ଷା ପାଇବା ପାଇଁ ରେନକୋର୍ଟ ଓ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଜ୍ୟାକେଟ ଉପଲବ୍ଧ କରାଯାଇଥାଏ । ଏହା ସହ ସୁରକ୍ଷା ଦୃଷ୍ଟିରୁ ସେଫଟି ସୁ ଓ ସେଫଟି ହେଲମେଟ ଦିଆଯାଇଥାଏ । ହେଲେ ଏବେ ତାଙ୍କୁ ସାଧାରଣ ହେଲମେଟ ବଦଳରେ ଏସି ହେଲମେଟ ଯୋଗାଇ ଦିଆଯିବ । ଏହା ପୋଲିସ କର୍ମଚାରୀଙ୍କୁ ଖରା ଓ ପ୍ରଦୂର୍ଷଣରୁ ରକ୍ଷା କରିବ । ପ୍ରଥମ କରି ଅହମ୍ମଦାବାଦରେ କିଛି ପୋଲିସ କର୍ମଚାରୀଙ୍କୁ ଏହି ହେଲମେଟ୍ ପ୍ରଦାନ କରାଯାଇଛି ।

ସୂଚନା ଯୋଗ୍ୟ, ଏହି ହେଲମେଟକୁ ଚାର୍ଜ ଯୋଗାଇବାକୁ ଏଥିରେ ଏକ ବ୍ୟାଟେରୀ ସଂଯୋଗ କରାଯାଇଛି । ଏହା ସହ ତା ମଧ୍ୟରେ ଏକ ପଙ୍ଖା ବି ଲଗାଯାଇଛି । ଏହା ଏସି ଭଳି ମୁଣ୍ଡକୁ ଥଣ୍ଡା ରଖିବ । ଏହାକୁ ଗୋଟିଏ ଥର ଚାର୍ଜ କଲେ କିଛି ଘଣ୍ଟା ପର୍ୟ୍ୟନ୍ତ ଚାଲିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.