ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ କରୁ କରୁ ୧୭ ବର୍ଷ ପଛକୁ ଚାଲି ଯାଇଛି ବଡଗଡ ପୋଲିସ । ରୁଚିକାଙ୍କ ପରି ଦିନେ ଆଉ ଜଣେ ଛାତ୍ରୀ ମଧ୍ୟ ଏମିତି ଆତ୍ମହତ୍ୟା କରିଥିଲେ । ଯାହାକୁ ନେଇ ମାମଲା ସରଗରମ ହୋଇଥିଲା । ତେବେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଘଟଣାକୁ ମନେ ପକାଇ ଦେଇଛି ରୁଚିକା ମହାନ୍ତିଙ୍କ ସୁଇସାଇଡ ଘଟଣା ।
ପୋଲିସର କହିବା ଅନୁସାରେ ୧୭ ର୍ବେ ତଳେ ଅର୍ଥାତ ୨୦୦୫ ନଭେମ୍ବର ୧୮ ତାରିଖରେ ରୁଚିକା ଆତ୍ମହତ୍ୟା ଘଟରାର ଅବିକଳ ଚିତ୍ର ଦେଖିବାକୁ ମିଳିଥିଲା । ରିଚା ମିଶ୍ର ନାମକ ଜଣେ +୩ ଛାତ୍ରୀ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ତେବେ ତାଙ୍କ ଆତ୍ମହତ୍ୟାର କାରଣ ପାଲଟିଥିଲେ କଲେଜର ୩ ଜଣ ଅଧ୍ୟାପକ । ରିଚାଙ୍କୁ ନିଜ ପାଖରେ କୋଚିଂ ନେବା ପାଇଁ ସେମାନେ ବାଧ୍ୟ କରୁଥିଲେ । ନଚେତ କ୍ୟାରିୟର ସଫା କରି ଦେବେ ବୋଲି ସେମାନେ ଧମକ ମଧ୍ୟ ଦେଉଥିଲେ ।
ତେଣୁ ସେମାନଙ୍କ ମାନସିକ ନିର୍ଯାତନାରେ ଅତିଷ୍ଠ ହୋଇ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିଲେ ରିଚା । କିନ୍ତୁ ମୃତ୍ୟୁ ପୂର୍ବରୁ ଏକ ସୁଇସାଇଡ ନୋଟ ପୋଲିସ ପାଇଁ ଛାଡି ଯାଇଥିଲେ । ଯାହାଦ୍ୱାରା ସମ୍ପୃକ୍ତ ୩ ଅଧ୍ୟାପକଙ୍କୁ ନିଲମ୍ବିତ କରାଯିବା ସହ ତଦନ୍ତ କମିଟି ମଧ୍ୟ ବସିଥିଲା । ତେବେ ରିଚାଙ୍କ ବାପା ଓୟୁଏଟି ପ୍ରଫେସର ପୋଲିସ ନିକଟରେ ମାମଲାର ଏତଲା ଦେଇଥିଲେ । ଏତଲା ଆଧାରରେ ୩ ଅଧ୍ୟାପକଙ୍କୁ ଗିରଫ କରାଯାଇଥିଲା ।
ଏବେ ୧୭ ବର୍ଷ ପରେ ରିଚାଙ୍କ ଷ୍ଟୋରୀର ପୁନରାବୃତ୍ତି ଦେଖିବାକୁ ମିଳିଛି । ଉଭୟ କାହାଣୀରେ ଫରକ କେବଳ ହତ୍ୟାକାରୀଙ୍କ ଭୂମିକା । ରିଚା କାହାଣୀରେ ୩ ଜଣ ଅଧ୍ୟାପକ ସାମିଲ ତିବା ବେଳେ ରୁଚିକାଙ୍କ କାହାଣୀରେ ରହିଛନ୍ତି ୩ ଜଣ ସିନିୟର ଛାତ୍ରୀ । ଅତ୍ୟଧିକ ମାନସିକ ଚାପରୁ ରୁଚିକା ଆତ୍ମହତ୍ୟା କରିଥିବା ସୁଇସାଇଡ ନୋଟରେ ପ୍ରକାଶ କରିଛନ୍ତି ।