ବିବାଦୀୟ ମନ୍ତବ୍ୟକୁ ନେଇ ପୁଣି ଅଡୁଆରେ ନୁପୂର: ଥାନାରେ ହାଜର ପାଇଁ ସମନ

ନୂଆଦିଲ୍ଲୀ: ପୁଣିଥରେ ପଡୁଆରେ ପଡିଛନ୍ତି ବିଜେପି ନେତ୍ରୀ ନୁପୂର ଶର୍ମା । ପ୍ୟାଙ୍ଗୱର ମହମ୍ମଦଙ୍କ ବିବାଦକୁ ନୁପୂରଙ୍କ ଅଡୁଆ ଶେଷ ହେବାରେ ନାଁ ଧରୁନି । ଦିଲ୍ଲୀ, ଥାନେ ପରେ ଏବେ ପଶ୍ଚିମବଙ୍ଗ ପୋଲିସ ତାଙ୍କୁ ସମନ ପଠାଇଥିବା ଜଣାପଡିଛି । ପ୍ୟାଙ୍ଗୱର ମହମ୍ମଦ ମାମଲାରେ ତାଙ୍କୁ ୨୦ ଜୁନ୍ କିମ୍ବା ତାଙ୍କ ପୂର୍ବରୁ ନାରମେକଲଡାଙ୍ଗା ଥାନାରେ ହାଜର ହେବା ପାଇଁ ପୋଲିସ ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।

ଏହାବ୍ୟତୀତ ଟିଏମ୍ସି ପକ୍ଷରୁ ମଧ୍ୟ ଏହି ବିବାଦକୁ ନେଇ ତାଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଛି । ଏହାପୂର୍ବରୁ ମୁମ୍ବାଇ ପୋଲିସ ପକ୍ଷରୁ ପ୍ୟାଙ୍ଗୱର ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଥିବା ନେଇ ଏକ ସମନ ଜାରି କରାଯାଇଛି । ତେବେ ନୁପୂର ୨୫ ଜୁନରେ ମୁମ୍ବାଇ ପୋଲିସ ନିକଟରେ ହାଜର ହେବେ ।

ଏହାପୂର୍ବରୁ ନୁପୂରଙ୍କ ଏହି ବିବାଦୀୟ ମନ୍ତବ୍ୟକୁ ନେଇ ମୁମ୍ବାଇ, ଥାଣେ ଏବଂ ପାଇଧୋନିରେ ମାମଲା ରୁଜୁ ହୋଇଛି । ଏଥିସହ ଦିଲ୍ଲୀର ଭିନ୍ନ ଭିନ୍ନ ପୋଲିସ ଷ୍ଟେସନରେ ତାଙ୍କ ନାମରେ ମାମଲା ରୁଜୁ କରାଯାଇଛି । ସୂଚନାଯୋଗ୍ୟ ଯେ, ମୁମ୍ବାଇ ପୋଲିସ ପ୍ରଥମେ ତାଙ୍କୁ ୨୨ ଜୁନରେ ହାଜର ହେବା ପାଇଁ ସମନ ପଠାଇଥିଲା ।