fbpx

ବିଜେପି ନେତାଙ୍କୁ ଜଙ୍ଗଲ ବୁଲାଇଲା ପୋଲିସ୍! ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପୋଲିସ୍ ବିଜେପି କର୍ମୀଙ୍କୁ ଉଠାଇଥିବା ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବରିଷ୍ଠ ବିଜେପି ନେତା ରୁଦ୍ର ପାଣିଙ୍କୁ ଆଜି ଜଙ୍ଗଲ ବୁଲାଇଛି ପୋଲିସ୍ । ଏନେଇ ଖୋଦ୍ ବିଜେପି ନେତା ମିଡିଆକୁ ସୂଚନା ଦେଇଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ପୋଲିସ୍ ଉଠାଇ ନେଇ ଜଙ୍ଗଲରେ ବୁଲାଉଛି, ଆମକୁ ବଞ୍ଚାନ୍ତୁ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପୋଲିସ୍ ବିଜେପି କର୍ମୀଙ୍କୁ ଉଠାଇ ନେଇଥିଲା । ଢ଼େଙ୍କାନାଳ କଲେଜ୍ ଛକରୁ ୫୦ ଜଣ କର୍ମୀଙ୍କୁ ଉଠାଇ ନେଇଥିଲା ପୋଲିସ୍ । ଏକ ଭ୍ୟାନ୍ ରେ ଉଠାଇ ନେଇ ଜଙ୍ଗଲରେ ବୁଲାଉଥିବା କହିଛନ୍ତି ରୁଦ୍ର । ସୋରିଷିଆ ପଦା ଜଙ୍ଗଲରେ ସେମାନଙ୍କୁ ପୋଲିସ୍ ବୁଲାଇଛି ବୋଲି ନେତା ସୂଚନା ଦେଇଛନ୍ତି । ଖାଲି ସେ ନୁହନ୍ତି ତାଙ୍କ ସହିତ ଅଞ୍ଜଳି ବେହେରା, ବିଭୂତି ପ୍ରଧାନ ଆଦି ରହିଥିବା ମଧ୍ୟ ସେ କହିଛନ୍ତି । ରୁଦ୍ର ପୋଲିସ୍ ର କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

 

 

Get real time updates directly on you device, subscribe now.