fbpx

ରାଜସ୍ଥାନରେ ରାଜନୈତିକ ଅସ୍ଥିରତା, କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହେଲେ ୩୨ ଜଣ ନେତା

ଜୟପୁର: ଲୋକସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ଦେଖାଦେଇଛି ରାଜନୈତିକ ଅସ୍ଥିରତା । କଂଗ୍ରେସକୁ ଲାଗିଛି ବଡ଼ ଝଟକା । ଆଜି ରାଜସ୍ଥାନର ୩୨ ଜଣ କଂଗ୍ରେସ ନେତା ବିଜେପିରେ ଯୋଗ ଦେଛନ୍ତି । ଜୟପୁର ସ୍ଥିତ ବିଜେପି ପ୍ରଦେଶ କାର୍ଯ୍ୟାଳୟରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ବିଜେପି ପ୍ରଦେଶ ଅଧ୍ୟକ୍ଷ ସି.ପି ଯୋଶୀ ଏବଂ କେନ୍ଦ୍ରୀୟ ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ଏହି ନେତାମାନେ ବିଜେପିରେ ଯୋଗ ଦେଇଥିଲେ ।

ବିଜେପିରେ କଂଗ୍ରେସ ନେତାଙ୍କ ସାମୁହିକ ଯୋଗଦାନକୁ ନେଇ ରାଜସ୍ଥାନରେ ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଛି । ଏନେଇ ବିଜେପି ଉତ୍ସାହିତ ଅଛି । ଏଥର ରାଜସ୍ଥାନରେ ବିଜେପି ପୁଣି ଥରେ ୨୫ରୁ ୨୫ଟି ଆସନ ଜିତିବା ନେଇ ଆଶାବାଦୀ ଅଛି ବିଜେପି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିକଟତର, ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା କଂଗ୍ରେସ ନେତା ଲାଲଚନ୍ଦ କଟାରିଆଙ୍କ ସମେତ ଗେହଲଟ ସରକାରଙ୍କ ମନ୍ତ୍ରୀ ଥିବା ରାଜେନ୍ଦ୍ର ଯାଦବ, ପୂର୍ବତନ ବିଧାୟକ ରିଛପାଲ ମିର୍ଦ୍ଧା, ଖିଲାଡ଼ିଲାଲ ବେହରୱା, ଆଲୋକ ବେନିୱାଲ, ବିଜୟପାଲ ମିର୍ଦ୍ଧା, ଭିୱାଡ଼ାର ପୂର୍ବତନ ଜିଲ୍ଳାଧ୍ୟକ୍ଷ ରାମପାଲ ଶର୍ମା ସାମିଲ ଅଛନ୍ତି । ଏମାନଙ୍କ ବ୍ୟତୀତ ପୂର୍ବତନ ବିଧାୟକ ରାମନାରାୟଣ କିସାନ, କଂଗ୍ରେସ ନେତା ଅନିଲ ବ୍ୟାସ, ଅବସର ପ୍ରାପ୍ତ ଆଇଏଏସ୍ ଓମକାର ସିଂହ ଚୌଧୁରୀ, ଗୋପାଲ ରାମ କୁକୁଣା, ଅଶୋକ ଜାଙ୍ଗିଡ଼, ପ୍ରିୟା ସିଂହ ମେଘୱାଲ, ପ୍ରଦେଶା କଂଗ୍ରେସ ସେବାଦଳର ପୂବତନ ପ୍ରଦେଶ ଅଧ୍ୟକ୍ଷ ସୁରେଶ ଚୌଧୁରୀ, ରାଜେନ୍ଦ୍ର ପରସୱାଲ, ଶୈତାନ ସିଂହ ମେହରଡ଼ା, ରାମନାରାୟଣ ଝାଝଡ଼ା ଆଦି ପ୍ରମୁଖ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ।

Get real time updates directly on you device, subscribe now.