fbpx

ଏପ୍ରିଲ ୧୯ରେ ସମସ୍ତ ଆସନ ପାଇଁ ହେବ ଭୋଟ୍ ଗ୍ରହଣ, ଜାଣନ୍ତୁ ତାଲିକାରେ କେଉଁ ରାଜ୍ୟ ସାମିିଲ ରହିଛି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଏପ୍ରିଲ ୧୯ରୁ ଆରମ୍ଭ ହେବ ଭୋଟ୍ ଗ୍ରହଣ । ଏମିତିରେ ଉତ୍ତର ଭାରତ ଠାରୁ ଆରମ୍ଭ ଦକ୍ଷିଣ ଭାରତ ପର୍ଯ୍ୟନ୍ତ ଏମିତି ଅନେକ ରାଜ୍ୟ ରହିଛି ଯେଉଁଠି କେବଳ ଏପ୍ରିଲ ୧୯ରେ ହିଁ ସମସ୍ତ ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ଆସନ୍ତୁ ଜାଣିବା ଏହି ତାଲିକାରେ କେଉଁ ସବୁ ରାଜ୍ୟ ସାମିଲ ଅଛି ।

ଲୋକସଭା ନିର୍ବାଚନ ୨୦୨୪ ଅନ୍ତର୍ଗତ ଦେଶର ୨୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ସଂସଦୀୟ ଆସନରେ ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଏଥିରେ ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ୍‌, ନାଗାଲ୍ୟାଣ୍ଡ୍‌, ରାଜସ୍ଥାନ, ସିକ୍କିମ୍‌, ତାମିଲନାଡ଼ୁ, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସାମିଲ ରହିଛି । ତାମିଲନାଡୁର ସମସ୍ତ ୩୯ଟି ଆସନ, ଉତ୍ତରାଖଣ୍ଡ(୫), ମେଘାଳୟ ଏବଂ ଅରୁଣାଚଳ ପ୍ରଦେଶ (୨), ସିକ୍କିମ, ନାଗାଲ୍ୟାଣ୍ଡ୍‌, ମିଜୋରାମ, ଆଣ୍ଡାମାନ୍ ନିକୋବାର, ଲାକ୍ଷାଦ୍ୱୀପ, ପୁଡ଼ୁଚେରୀରେ(୧) ଲୋକସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଶେଷ ହେବ ।
କହିରଖୁଛୁ ଦେଶର ମୋଟ୍ ୫୪୩ଟି ଆସନ ପାଇଁ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ, ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟ, ମେ ୭ରେ ତୃତୀୟ ପର୍ଯ୍ୟାୟ, ମେ ୧୩ରେ ୪ର୍ଥ ପର୍ଯ୍ୟାୟ, ମେ ୨୦ରେ ୫ମ ପର୍ଯ୍ୟାୟ, ମେ ୨୫ରେ ୬ଷ୍ଠ ପର୍ଯ୍ୟାୟ ଏବଂ ଜୁନ୍ ୧ରେ ୭ମ ପର୍ଯ୍ୟାୟ ଭୋଟ୍‌୍ ଗ୍ରହଣ ହେବ । ଜୁନ ୪ରେ ନିର୍ବାଚନର ଫଳାଫଳ ପ୍ରକାଶ ପାଇବ ।

Get real time updates directly on you device, subscribe now.