fbpx

ଯଦି ପ୍ରେମରେ ଫେଲ୍ ହୋଇଥିବା ପ୍ରେମିକ ଆତ୍ମହତ୍ୟା କରେ, ତେବେ ମହିଳା ଦୋଷୀ ସାବ୍ୟସ୍ତ ହୋଇପାରିବେ ନାହିଁ : ହାଇକୋର୍ଟ

ନୂଆଦିଲ୍ଲୀ: ପ୍ରେମ ସମ୍ପର୍କକୁ ନେଇ ଦିଲ୍ଲୀ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ଏକ ମାମଲାର ଶୁଣାଣି ସମୟରେ ହାଇକୋର୍ଟ କହିଛନ୍ତି ଯେ ପ୍ରେମ ବିଫଳ ହେବା ପରେ ଯଦି ଜଣେ ଯୁବକ ଆତ୍ମହତ୍ୟା କରେ, ତେବେ ମହିଳା ଏଥିପାଇଁ ଦୋଷୀ ସାବ୍ୟସ୍ତ ହୋଇପାରିବେ ନାହିଁ ।

ମୃତ ବ୍ୟକ୍ତି ଏକ ସୁଇସାଇଡ୍ ନୋଟ ମଧ୍ୟ ଛାଡିଥିଲେ, ଯେଉଁଥିରେ ମହିଳାଙ୍କ ସହ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଏଥିପାଇଁ ଦାୟୀ କରିିଥିଲେ ।

ଲାଇଭ ଆଇନର ରିପୋର୍ଟ ଅନୁଯାୟୀ ହାଇକୋର୍ଟରେ ଶୁଣାଣି କରୁଥିବା ଜଷ୍ଟିସ ଅମିତ ମହାଜନ କହିଛନ୍ତି ଯେ ଯଦି ଦୁର୍ବଳ ମାନସିକତା ଥିବା ବ୍ୟକ୍ତି ଏପରି ପଦକ୍ଷେପ ନିଅନ୍ତି, ତା’ହେଲେ ଅନ୍ୟ କୌଣସି ବ୍ୟକ୍ତି ଏଥିପାଇଁ ଦୋଷୀ ସାବ୍ୟସ୍ତ ହୋଇପାରିବେ ନାହିଁ । କୋର୍ଟ କହିଛନ୍ତି, ‘ଯଦି ପ୍ରେମ ବିଫଳ ହେତୁ ଜଣେ ପ୍ରେମୀ ଆତ୍ମହତ୍ୟା କରେ, ପରୀକ୍ଷାରେ ଖରାପ ପ୍ରଦର୍ଶନ ହେତୁ ଜଣେ ଛାତ୍ର ଆତ୍ମହତ୍ୟା କରେ, ମାମଲା ଖାରଜ ହେବା ପରେ ଯଦି ଜଣେ ଗ୍ରାହକ ଆତ୍ମହତ୍ୟା କରନ୍ତି, ତେବେ ମହିଳା, ପର୍ଯବେକ୍ଷକ, ଓକିଲଙ୍କ ଉପରେ ଆତ୍ମହତ୍ୟା ପାଇଁ ଉସୁକାଉଥିବା ଭଳି ଦୋଷ ଦିଆଯାଇପାରିବ ନାହିଁ ।

ସେ କହିଛନ୍ତି, ‘ଦୁର୍ବଳ ମାନସିକତା ଥିବା ବ୍ୟକ୍ତିଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଫଳରେ ଅନ୍ୟ ଜଣଙ୍କ ଉପରେ ଆତ୍ମହତ୍ୟା କରିବା ପାଇଁ ଉସୁକାଉଥିବା ଭଳି ଦୋଷ ଦିଆଯାଇପାରିବ ନାହିଁ । ଆତ୍ମହତ୍ୟା ମାମଲାରେ ମହିଳା ଏବଂ ଅନ୍ୟ ଜଣେ ପୁରୁଷଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି ।

କ’ଣ ଥିଲା ମାମଲା?
ମୃତକଙ୍କ ପିତାଙ୍କ ଅଭିଯୋଗ ଆଧାରରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା । ଆତ୍ମହତ୍ୟା କରିଥିବା ପୁରୁଷଙ୍କ ସହ ଆବେଦନକାରୀ ମହିଳା ପ୍ରେମ ସଂପର୍କରେ ଥିଲେ । ଅନ୍ୟପଟେ ଦ୍ୱିତୀୟ ଆବେଦନକାରୀ ସେମାନଙ୍କର ସାଧାରଣ ବନ୍ଧୁ ଥିଲେ । ଅଭିଯୋଗ ହେଉଛି ଯେ ଆବେଦନକାରୀମାନେ ମୃତ ବ୍ୟକ୍ତିଙ୍କୁ ଉତ୍ତେଜିତ କରି କହିଥିଲେ ଯେ ସେମାନଙ୍କର ଶାରୀରିକ ସମ୍ପର୍କ ଅଛି ଏବଂ ଶୀଘ୍ର ପରସ୍ପରକୁ ବିବାହ କରିବାକୁ ଯାଉଛନ୍ତି ।

କୋର୍ଟ କହିଛନ୍ତି ଯେ, ହ୍ୱାଟ୍ସଆପ ଚାଟରୁ ଜଣାପଡୁଛଇ ଯେ, ମୃତ ବ୍ୟକ୍ତିଙ୍କ ସମ୍ବେଦନଶୀଳ ପ୍ରକୃତିର ଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ବି ମହିଳା କଥା ହେବାକୁ ମନା କରୁଥିଲେ, ସେ ଆତ୍ମହତ୍ୟର ଧମକ ଦେଇ ତାଙ୍କୁ ଭୟଭୀତ କରୁଥିଲେ । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଅଭିଯୁକ୍ତ ଆତ୍ମହତ୍ୟା ନୋଟର ତଥ୍ୟକୁ ଟ୍ରାଏଲ ସମୟରେ ଦେଖାଯିବ । ଏହା ମଧ୍ୟ ଦେଖାଯିବ ଯେ ଆବେଦନକାରୀଙ୍କ ପକ୍ଷରୁ କୌଣସି ଉସୁକାଇବା କରାଯାଇଥିଲା କି ନାହିଁ ।

Get real time updates directly on you device, subscribe now.