ଶ୍ରୀମନ୍ଦିର ଆନନ୍ଦ ବଜାରରୁ ହଟିବ ଜରିପାଲ, ଶ୍ରୀମନ୍ଦିର ପ୍ରଶାସନ ସବ୍ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି

ପୁରୀ: ଶ୍ରୀମନ୍ଦିରରେ ଦିନକୁ ଦିନ ଅନେକ ଆଇନ ପରିବର୍ତ୍ତନ ହେଉଥିବା ଦେଖାଯାଉଛି । ଏହାରି ମଧ୍ୟରେ ବର୍ତ୍ତମାନ ଅନ୍ୟ ଏକ ଖବର ସାମ୍ନାକୁ ଆସିଛି । ଶ୍ରୀମନ୍ଦିରରେ ଥିବା ଆନନ୍ଦ ବଜାରର ଦୋକାନ ଉପରୁ ଜରିପାଲ ହଟାଯିବ । ଶ୍ରୀମନ୍ଦିର ପ୍ରଶାସନ ସବ୍ କମିଟି ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି । ଦୋକାନ ଲାଗି ସିନ୍ଥେଟିକ୍ ଫେବ୍ରିକ୍ସରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ପରବର୍ତ୍ତୀ ବୈଠକରେ ଆଲୋଚନା କରି ଅବଢା ଦର ନିର୍ଦ୍ଧାରଣ ହେବ ।

ଅନ୍ୟପଟେ ଶ୍ରୀମନ୍ଦିର ଦ୍ୱାର ଡିସେମ୍ବର ୧୬ରୁ ରାତି ୨ଟାରୁ ଖୋଲାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ସବ୍ କମିଟି ବୈଠକରେ ପହିଲିଭୋଗ ନୀତି ନେଇ ଆଲୋଚନା ହୋଇଛି । ଡିସେମ୍ବର ୧୬ରୁ ଜାନୁୟାରୀ ୧୪ ପର୍ଯ୍ୟନ୍ତ ରାତି ୨ଟାରେ ଦ୍ୱାର ଖୋଲିବ ।