fbpx

ଝୁମ୍ପୁଡ଼ିରେ ଜନ୍ମ, ନାଇଟ୍ ଗାର୍ଡ ଚାକିରି, ଏବେ ଆଇଆଇଏମର ପ୍ରଫେସର, ଜାଣନ୍ତୁ ଯୁବକଙ୍କ ସଂଘର୍ଷର କାହାଣୀ

ନୂଆଦିଲ୍ଲୀ, ୧୧ା୪: କଥାରେ ଅଛି- ଇଚ୍ଛା ଓ ଦୃଢ଼ ମନୋବଳ ଥିଲେ ମଣିଷ ଅସମ୍ଭବକୁ ବି ସମ୍ଭବ କରିପାରେ । ଏପରି କିଛି କରି ଦେଖାଇଛନ୍ତି ବେଙ୍ଗାଲୁରୁରେ ରହୁଥିବା ୨୮ ବର୍ଷୀୟ ଯୁବକ ରଞ୍ଜିତ ରାମଚନ୍ଦ୍ରନ । ରଞ୍ଜିତ ଏକ ଗରିବ ପରିବାରରେ ଜନ୍ମ ହୋଇ ଝୁମ୍ପୁଡ଼ିରେ ରହୁଥିଲେ । ପେଟ ପୋଷିବା ପାଇଁ ନାଇଟ୍ ଗାର୍ଡ ଚାକିରି କରିବା ସହ ଉପରକୁ ଉଠିବା ପାଇଁ ନିଜର ପ୍ରୟାସ ଜାରି ରଖିଥିଲେ । ପରିଶେଷରେ ସେ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିଛନ୍ତି । ବର୍ତ୍ତମାନ ରଞ୍ଜିତ କ୍ରିଷ୍ଟ ୟୁନିଭରସିଟିର ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ଅବସ୍ଥାପିତ ଅଛନ୍ତି ।

ରଞ୍ଜିତ ନିଜର ଘରର ଏକ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ରଞ୍ଜିର ପିତାମାତାଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ । ମାସକୁ ୪ ହଜାର ଟଙ୍କା ରୋଜଗାର କରିବା ସହ ସେ ନିଜର ଡିଗ୍ରୀ ସମାପ୍ତ କରିଥିଲେ । ଏହାପରେ ସେ ଆଇଆଇଟି ମାଡ୍ରାସରେ ଅର୍ଥନୀତିରେ ଅଧ୍ୟୟନ କରିଥିଲେ । କଠୋର ପରିଶ୍ରମ ସହ ଉଚ୍ଚ ଆଶା ଓ ଧୈର୍ଯ୍ୟ ଆଜି ତାଙ୍କୁ ଶିଖରରେ ପହଞ୍ଚାଇ ପାରିଛି ।

Get real time updates directly on you device, subscribe now.