fbpx
BSKY SKY
BSKY SKY

ଆଦିବାସୀ ଓ ଦଳିତଙ୍କ ପାଇଁ ବଢ଼ୁଛି ଜନସଂଖ୍ୟା, ସପା ବିଧାୟକଙ୍କ ବିବାଦୀୟ ବୟାନ୍

BSKY

ନୂଆଦିଲ୍ଲୀ: କରୋନା ସମୟରେ ଦଳିତ ଓ ଆଦିବାସୀଙ୍କ ଉପରେ ଏକ ବିବାଦୀୟ ବୟାନ୍ ଦେଇ ଫସିଛନ୍ତି ଜଣେ ସମାଜବାଦୀ ପାର୍ଟି ବିଧାୟକ । ରାଜ୍ୟରେ ଆଦିବାସୀ ଓ ଦଳିତଙ୍କ ପାଇଁ ଜନସଂଖ୍ୟା ବୃଦ୍ଧି ପାଉଛି ବୋଲି କହିଛନ୍ତି ବିଧାୟକ ଇକବାଲ ମେହମୁଦ । ରାଜ୍ୟ ସରକାର କାନୁନ ଆଳରେ ମୁସଲମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି ବୋଲି ସେ କହିଛନ୍ତି ।

ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଇକବାଲ କହିଛନ୍ତି ଯେ, ରାଜ୍ୟର ଯୋଗୀ ଆଦିତ୍ୟନାଥଙ୍କ ସରକାର ଜନସଂଖ୍ୟା ବୃଦ୍ଧି ଉପରେ ଅଙ୍କୁଶ ଲଗାଇବାକୁ ଏକ ନିୟମ ଆଣିବାକୁ ବିଚାର କରୁଛନ୍ତି । ଏହି ଆଇନ ନାମରେ ମୁସଲମାନମାନଙ୍କ ଉପରେ ଷଡ଼ଯନ୍ତ୍ର ରଚାଯାଉଛି । ଯଦି କେବଳ ମୁସଲମାନଙ୍କ ସଂଖ୍ୟା ବୃଦ୍ଧି ହେଉଛି ବୋଲି  ବିଜେପିର ହୃଦବୋଧ ହେଉଛି, ତେବେ ସେଥିପାଇଁ ସଂସଦରେ ଆଇନ ଅଣାଯିବା ଦରକର । ଉତ୍ତରପ୍ରଦେଶରେ କାହିଁକି ଏହି ଆଇନ ଅଣାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଦଳିତ ଓ ଆଦିବାସୀଙ୍କ ପାଇଁ ଦେଶରେ ଜନସଂଖ୍ୟା ବେଶି ମାତ୍ରାରେ ବୃଦ୍ଧି ପାଉଛି । ଦୁଇ କିମ୍ବା ତିନିରୁ ଅଧିକ ସନ୍ତାନ ଜନ୍ମ ନ କରିବା ନେଇ ବର୍ତ୍ତମାନ ମୁସଲମାନମାନେ ସତର୍କ ହୋଇଗଲେଣି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.