fbpx

ମାଟ୍ରିକ୍ ରେଜଲ୍ଟକୁ ନେଇ ଅସନ୍ତୋଷ, କିନ୍ତୁ ବୋର୍ଡ କହିଲା – ‘ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନି’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିନା ପରୀକ୍ଷାରେ ସ୍ୱତନ୍ତ୍ର ମୂଲ୍ୟାୟନ ଆଧାରରେ ପ୍ରକାଶ ପାଇଛି ଚଳିତବର୍ଷର ମାଟ୍ରିକ୍ ରେଜଲ୍ଟ । ପାସ୍ ହାର ଭଲ ଥିଲେ ବି ଅନେକ ସ୍ଥାନରେ ରେଜଲ୍ଟକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । ମାଟ୍ରିକ ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା । ଛାତ୍ରଛାତ୍ରୀଙ୍କ ମାର୍କ କମିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ ।

ବୋର୍ଡ ପକ୍ଷରୁ ରାମାଶିଷ ହାଜରା କହିଛନ୍ତି ଯେ, ମାଟ୍ରିକ ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନି । କାହାର ମାର୍କ କମିନଥିବା ବେଳେ ମୋଡରେସନ ପଲିସି ଅନୁଯାଇ ମାର୍କ ଦିଆଯାଇଛି । ସ୍କୁଲମାନଙ୍କରୁ ଯାହା ନମ୍ବର ଆସିଥିଲା, ତାହାର ତର୍ଜମା କରି ମାର୍କ ଦିଆଯାଇଛି । ୨ଟି ପରୀକ୍ଷା ଓ ୪ ବର୍ଷର ଫରାଫରମାନ୍ସ ଦେଖି ନମ୍ବର ଦିଆଯାଇଛି । ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଚାହିଁଲେ ପୁଣି ଥରେ ପରୀକ୍ଷା ଦେଇପାରିବେ । ସ୍ଥିତିି ସୁଧୁରିଲେ ପରେ ଅଫଲାଇନରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇପାରିବେ । ଯାହା ହୋଇଛି ନିୟମ ଅନୁସାରେ ହୋଇଛି ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି ।

Get real time updates directly on you device, subscribe now.