ବର୍ଷକୁ ୫୦ ହଜାର ଜମା କଲେ କେବଳ ସୁଧ ମିଳିବ ୭ ଲକ୍ଷ, ଜାଣନ୍ତୁ ସ୍କିମ୍ ସମ୍ପର୍କରେ ଅଧିକ
ବର୍ଷକୁ ୫୦୦ ଟଙ୍କାରେ ଖୋଲିହେବ ପୋଷ୍ଟ ଅଫିସରେ ପିପିଏଫ୍ । ଯାହା ସମ୍ପୂର୍ଣ୍ଣ ଭାବେ ଟାକ୍ସ ଫ୍ରି ଅଟେ ।
ଓଡ଼ିଶା ଭାସ୍କର: ଯଦି ଆପଣଙ୍କ ଭବିଷ୍ୟତକୁ ସୁଖମୟ କରିବାକୁ ଚାହୁଁଛନ୍ତି, ପୋଷ୍ଟାଲ ଆଣିଛି ଆପଣଙ୍କ ପାଇଁ ଏକ ମନ ଲୋଭାଣିଆ ସ୍କିମ୍ । ଯାହାର ଭରପୁର ଫାଇଦା ଆପଣ ଉଠେଇ ପାରିବେ ।
ପୋଷ୍ଟାଲ ପକ୍ଷରୁ ଏକ ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ (PPF) ସ୍କିମ୍ ଆସିଛି । ଯେଉଁଥିରେ ନିବେଶ କରି ଆପଣଙ୍କୁ ମିଳିବ ବେଶୀ ଫାଇଦା । ଏହି ପିପିଏଫରେ ମିଳିବ ବେଶୀ ସୁଧ ।
ଏହି ସ୍କିମ୍ ୧୫ ବର୍ଷ ପାଇଁ ହୋଇଥାଏ । ଯେଉଁଥିରେ ଆପଣ ବର୍ଷକୁ ୫୦୦ ଟଙ୍କାରୁ ଆରମ୍ଭ କରି ଦେଢ ଲକ୍ଷ ପର୍ଯ୍ୟନ୍ତ ନିବେଶ କରିପାରିବେ । ଜମା ହୋଇଥିବା ଟଙ୍କା ଉପରେ ନିବେଶକଙ୍କୁ ପ୍ରତିବର୍ଷ ସୁଧ ମିଳିବ ।
ପ୍ରତିବର୍ଷ ୫୦ ହଜାର ଟଙ୍କା ନିବେଶ କଲେ୧୫ ବର୍ଷରେ ଜମା ରାଶି ୭,୫୦,୦୦୦ରେ ପହଞ୍ଚିବ । ପିପିଏଫରେ କମ୍ପାଉଣ୍ଡ ଇଣ୍ଟ୍ରୋଷ୍ଟର ଫାଇଦା ମିଳିବ ।
୧୫ ବର୍ଷରେ ଜମା ରାଶି ବଢ଼ି ୧୩,୫୬,୦୭୦ ଟଙ୍କାରେ ପହଞ୍ଚିବ । ପ୍ରତିବର୍ଷ ମିଳିବାକୁ ଥିବା ସୁଧ ନିବେଶକଙ୍କ ଖାତାରେ ଥିବା ମୂଳ ରାଶିରେ ଜମା ହେବ ।
ପିପିଏଫର ଫାଇଦା ହେଉଛି, ଏହା ସମ୍ପୂର୍ଣ୍ଣ ଭାରେ ଟାକ୍ସ ଫ୍ରି ଅଟେ । ଏଥିରେ ଜମା ଟଙ୍କା ପାଇଁ କୌଣସି ପ୍ରକାର ଟାକ୍ସ ଦେବାକୁ ପଡ଼ି ନ ଥାଏ ।