fbpx

ଖରାଦିନେ ପାୱାର କଟ୍ ପାଇଁ କେଉଁ ଇନଭର୍ଟର ଲଗାଇବେ, ଜାଣନ୍ତୁ ନର୍ମାଲ ନା ସୋଲାର ଇନଭେର୍ଟର ଭଲ

Advertisement

ନୂଆଦିଲ୍ଲୀ: ଗରମରେ ପାୱାର କଟର ଆସୁବିଧା ଅଧିକ ସହିବାକୁ ପଡିଥାଏ । ଖାସକରି ଉତ୍ତର ଭାରତରେ ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ ସମୟରେ ଭୀଷଣ ଗରମ ହୋଇଥାଏ । ଏହି ସମୟରେ ଲୋକମାନେ ଅଧିକ ସମୟ କୁଲର, ପଙ୍ଖା ଏବଂ ଏସିରେ ରହିଥାଆନ୍ତି । ହେଲେ ଏହି ସମସ୍ତ ଜିନିଷ ଭଲ କାମ କରେ, ଏଥିପାଇଁ ପାୱାର ସପ୍ଲାଏର ଆବଶ୍ୟକତା ପଡିଥାଏ ।

ଗରମରେ ପାୱାର କଟ୍ ହୋଇଗଲେ ସେହି ସମୟରେ ଇନଭର୍ଟର ଆବଶ୍ୟକତା ପଡିଥାଏ । ତେବେ ଯଦି ଆପଣ ନିଜ ଘରେ ଇନଭର୍ଟର ଲଗାଇବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କ ପାଇଁ ଏକ ଖାସ ଟିପ୍ସ ସେୟାର କରିବାକୁ ଯାଉଛୁ । ଏହାରି ସାହାଯ୍ୟରେ ଆପଣ ଆରମରେ ନିଜ ମନ ପସନ୍ଦର ଇନଭର୍ଟର ଲଗାଇପାରିବେ । ସର୍ବ ପ୍ରଥମେ ଜାଣିବା ନର୍ମାଲ ଇନଭର୍ଟର ଭଲ ନା ସୋଲାର ଇନଭର୍ଟର ଭଲ ।

ନର୍ମାଲ ଇନଭର୍ଟରରେ ଡିସି ଟୁ ଏସିରେ ଚେଞ୍ଜ ସମୟରେ ବିଦ୍ୟୁତ ଆବଶ୍ୟକ ପଡିଥାଏ । ଏଥିରେ ବିଜୁଳି ସେବା କରିବାର କ୍ଷମତା ନାହିଁ । ଏହାକୁ ଆପଣ ସେହି ସ୍ଥାନରେ ଲଗାଇପାରିବେ ଯେଉଁଠାରେ ପାୱାର କଟ୍ ଅଧିକ ହେଉନଥିବ । ନର୍ମାଲ ଇନଭର୍ଟର ବ୍ୟାଟେରୀ ଦ୍ୱାରା ପରିଚାଳିତ ହୋଇଥାଏ ।

ସୋଲାର ଇନଭର୍ଟର ସୂର୍ଯ୍ୟଙ୍କ ରଶ୍ମୀ ଦ୍ୱାରା ଚାଲିଥାଏ । ସୋଲାର ଇନଭର୍ଟର ଚାର୍ଜ କଣ୍ଟ୍ରୋଲର ସହ ଭଲ ପ୍ରଣାଳୀ ସହ ଚାଲିଥାଏ । ଏଥିସହ ଇନଭର୍ଟରର ବ୍ୟାଟେରୀ ୨୨୦ ଭୋଲ୍ଟର କରେଣ୍ଟରେ ପରିବର୍ତ୍ତନ କରିଥାଏ । ଯେଉଁଥିରେ ଘରେ ମିଳୁଥିବା କରେଣ୍ଟରେ ଚାଲିଥାଏ ।

ଆମ ଘରକୁ ଆସୁଥିବା ବିଜୁଳି Alternating Current ହୋଇଥାଏ । ଏହାର ଜେନେରେସନ ପାୱାର ପ୍ଲାଣ୍ଟରେ ହୋଇଥାଏ । ଏହାକୁ ଡିଷ୍ଟ୍ରିବୁସନ ସିଷ୍ଟମ ମାଧ୍ୟମରେ ଘର ପର୍ଯ୍ୟନ୍ତ ପଠାଯାଇଥାଏ ।

Get real time updates directly on you device, subscribe now.