fbpx

YouTube ରେ ଆସୁଛି ଦମଦାର ଫିଚର: ଭିଡିଓ ଦେଖିବା Game ଖେଳିପାରିବେ ୟୁଜର, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ବଦଳୁଛି ଯୁଗ, ବଦଳୁଛି ପସନ୍ଦ । ଆଉ ତା’ ସହିତ ଦିନକୁ ଦିନ ଡିଜିଟାଲ ହେଉଛି ସାରା ଦୁନିଆ । ସମୟ ସହ ତାଳ ଦେଇ ମଣିଷ ବି ଦିନକୁ ଦିନ ଅପଗ୍ରେଡ ହେବାରେ ଲାଗିଛି । ତେଣୁ ୟୁଜରଙ୍କ ଡିମାଣ୍ଡକୁ ନଜରରେ ରଖି ମୋବାଇଲ ଏବଂ ସୋସିଆଲ ମିଡିଆ କମ୍ପାନୀ ମଧ୍ୟ ନିଜ ଆପ୍ ଇତ୍ୟାଦିରେ ନୂଆ ନୂଆ ଅପଡେଟ ଆଣୁଛନ୍ତି । ୟୁଜରଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଦମଦାର ଫିଚର ପାଇଁ କମ୍ପାନୀ ଭରପୁର ପ୍ରୟାସ ଜାରି ରଖିଛି । ଏହାଭିତରେ ୟୁଟ୍ୟୁବ ଆଣିଛି ‘Playables’ ଫିଚର । ଟେଷ୍ଟିଂ ପରେ ବର୍ତ୍ତମାନ ସମସ୍ତ ୟୁଜରଙ୍କ ପାଇଁ ଏହା ଉପଲବ୍ଧ ହୋଇଛି ।

ୟୁଟ୍ୟୁବ ବର୍ତ୍ତମାନ ‘Playables’ ଫିଚରକୁ ବଡ଼ କରିବାକୁ ଉଦ୍ୟମ କରୁଛି । ଏଣିକି ଏହା ମୋବାଇଲ ସହିତ କମ୍ପ୍ୟୁଟରରେ ମଧ୍ୟ ବ୍ୟବହାର ହୋଇପାରିବ । ଗତବର୍ଷ ଏହାର ପ୍ରାରମ୍ଭିକ ଟେଷ୍ଟିଂ ପରେ ବର୍ତ୍ତମାନ ଏହି ନୂଆ ଫିଚର ସମସ୍ତ ୟୁଜରଙ୍କ ପାଇଁ ଉପଲବ୍ଧ ହୋଇଛି । ଏହା ସାହାଯ୍ୟରେ ୟୁଜର ସିଧାସଳଖ ୟୁଟ୍ୟୁବ ଆପରେ ହିଁ ଛୋଟ ଏବଂ ମଜାଦାର ଗେମ୍ ଖେଳିପାରିବେ । ଏହି ଗେମ୍ ଏତେ ଛୋଟ ହୋଇଥାଏ ଯେ, ଏହାକୁ ଡାଉନଲୋଡ କରିବା ଆବଶ୍ୟକ ନାହିଁ । ଏହାକୁ ନିଜ ମୋବାଇଲ ଆପ୍ କିମ୍ବା କମ୍ପ୍ୟୁଟରରେ ୟୁଟ୍ୟୁବ ଖୋଲି ମଧ୍ୟ ଖେଳିପାରିବେ । ଗୁଗଲ ଅନୁସାରେ, ଏହି ନୂଆ ଫିଚର ୟୁଟ୍ୟୁବରେ ମନୋରଞ୍ଜନର ଏକ ନୂଆ ଉପାୟ ଏବଂ ଏହା ୟୁଜରଙ୍କୁ ଖୁବ ପସନ୍ଦ ଆସିପାରେ ।

ବର୍ତ୍ତମାନ ୟୁଟ୍ୟୁବରେ ୭୫ରୁ ଅଧିକ ଛୋଟ ଗେମ୍ ‘Playables’ ଫିଚରରେ ମିଳୁଛି । ସମସ୍ତ ୟୁଜରଙ୍କ ପାଇଁ ବିଭିନ୍ନ ଫିଚର ଉପଲବ୍ଧ ରହିଛି । ‘ଆଙ୍ଗ୍ରି ବାର୍ଡସ ଶୋ’ଡାଉନ୍’ ‘କଟ୍ ଦ ରୋପ୍’ ଏବଂ ‘ଟ୍ରିଭିୟା କ୍ରେକ’ ଭଳି ବିଭିନ୍ନ ଗେମ୍ ମଜା ନେଇପାରିବେ ୟୁଜର । ୟୁଟ୍ୟୁବରେ ଗେମ୍ ଖେଳିବା ପାଇଁ, ଆପଣ ହୋମ୍ ପେଜରେ ଏକ ସ୍ୱତନ୍ତ୍ର ଅପ୍ସନ ପାଇବେ । ଏହାକୁ ‘ଏକ୍ସପ୍ଲୋର’ ମେନ୍ୟୁରେ ପୋଡକାଷ୍ଟ ତଳେ ଥିବା ‘ପ୍ଲେବୁଲ’ ପେଜରେ ମଧ୍ୟ ଦେଖିପାରିବେ । ଏହି ପେଜକୁ ଯାଇ ଆପଣ ବିଭିନ୍ନ ପ୍ରକାରର ଗେମ୍ ମଜା ନେଇପାରିବେ । ଯେକୌଣସି ଗେମ୍ ର ଫଟୋରେ କ୍ଲିକ କରି ଗେମ୍ ଖେଳିବା ପାଇଁ ଚୟନ କରିପାରିବେ ୟୁଜର ।

Get real time updates directly on you device, subscribe now.