fbpx

(VIDEO) ବିବାହ କଥାକୁ ନେଇ ମୁହଁ ଖୋଲିଲେ ସାଉଥ ସୁପରଷ୍ଟାର ପ୍ରଭାସ; କହିଲେ ଏପରି କଥା, ଭିଡିଓ ଭାଇରଲ

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସ ନିଜର ଷ୍ଟାଇଲ ଏବଂ ଲୁକ ପାଇଁ ସର୍ବଦା ଚର୍ଚ୍ଚାରେ ରହିୁଥାନ୍ତି । ତାଙ୍କ ଅବିନିତ ଫୁଲ୍ମ ବାହୁବଳୀ ଏବଂ ବାହୁବଳୀ-୨ ଅନେକ ଦର୍ଶକଙ୍କ ହୃଦୟ ଜିତିଥିବା ବେଳେ ବର୍ତ୍ତମାନ ସେ ପାନ୍ ଇଣ୍ଡିଆ ତାରକା ହୋଇଛନ୍ତି । ତେବେ ଅଭିନେତା ପ୍ରଭାସଙ୍କ ଦେଶ ତଥା ଦେଶ ବାହାରେ ଅନେକ ପ୍ରଶଂସକ ଅଛନ୍ତି । ଯେଉଁମାନେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ପାଇଁ ଇଚ୍ଛୁକ ଥାନ୍ତି । ଏହାରି ମଧ୍ୟରେ ଅଭିନେତା ପ୍ରଭାସ କେବେ ବିବାହ କରିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏଥିସହିତ ସେ ଏକ ଟକ୍ ଶୋ ରେ କହିଥିବା କଥା ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଖୁବ ଶୀଘ୍ର ନନ୍ଦାମୂରୀ ବାଲକ୍ରିଷ୍ଣାଙ୍କ ଟକ୍ ଶୋ ଅନଷ୍ଟପବଲ୍-୨ରେ ସାଉଥ ଷ୍ଟାର ପ୍ରଭାସ ନଜର ଆସିବେ । ତେବେ ଏହା ପୂର୍ବରୁ ଶୋର ଏକ ପ୍ରମୋ ରିଲିଜ ହୋଇଛି । ଯେଉଁଥିରେ ସାଉଥ ଅଭିନେତା ପ୍ରଭାସଙ୍କୁ ହୋଷ୍ଟ ନନ୍ଦମୁରୀ ତାଙ୍କ ଲଭ ଲାଇଫ୍ ଏବଂ ବିବାହ କେବେ କରୁଛ ବୋଲି ପ୍ରଶ୍ନ କରିଥିଲେ । ଯାହାର ଉତ୍ତରରେ ପ୍ରଭାସ ଏପରି କିଥା କହିଥିଲେ ଯେ ଯାହା ତାଙ୍କ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିବା ସହ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ଅଭିନେତା ପ୍ରଭାସ ତାଙ୍କ ବିବାହକୁ ନେଇ ଏକ ମଜାଳିଆ ଢଙ୍ଗରେ କହିଛନ୍ତି ଯେ,ବଲିଇଉଡ ଅଭିନେତା ସଲମାନ ଖାନଙ୍କ ବିବାହ ପରେ ସେ ବିବାହ କରିବେ । ତେବେ ସେ ଏହି ଉତ୍ତର ଦେଇ ସେ ଖୁବ ହସିଥିଲେ । ତେବେ ପ୍ରଭାସ ଫିଲ୍ମ ଆଦିପୁରୁ଼ଷରେ କ୍ରିତି ସେନନ୍ ଙ୍କ ସହ ସ୍ରିନ୍ ସେୟାର କରିଛନ୍ତି । ଏଥିସହିତ କିଛି ଦିନ ପୂର୍ବରୁ ଉଭୟ ପରସ୍ପରକୁ ଡେଟ୍ କରୁଥିବା ମଧ୍ୟ ଚର୍ଚ୍ଚା ହେଉଥିଲା । କିନ୍ତୁ ଟକ୍ ଶୋରେ ପ୍ରଭାସଭଙ୍କ ଏପରି କଥା ସମସ୍ତଙ୍କୁ ଚକିତ କରିଛି ।

 

View this post on Instagram

 

A post shared by ahavideoin (@ahavideoin)

Get real time updates directly on you device, subscribe now.