ପ୍ରଦୀପ ମାମଲାର ତଦନ୍ତ କରିବ ଭିଜିଲାନ୍ସ: ଲୋକାୟୁକ୍ତ

ଭୁବନେଶ୍ୱର, ୧୧ା୧୨ (ଓଡିଶା ଭାସ୍କର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତି ମାମଲାର ତଦନ୍ତ କରିବ ଭିଜିଲାନ୍ସ । ତଦନ୍ତକାରୀ ସଂସ୍ଥାଙ୍କ ତଥ୍ୟ ଆଧାରରେ ଲୋକାୟୁକ୍ତ ଶୁଣାଣି କରିବେ ବୋଲି କହିଛନ୍ତି ।

ଗତ ୭ ତାରିଖରେ ଲୋକାୟୁକ୍ତ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପାରିଶ କରିଥିଲେ । ଆଜି ଲୋକାୟୁକ୍ତ ମୁଖ୍ୟମନ୍ତ୍ରୀଙ୍କ ସୁପାରିଶକୁ ଗ୍ରହଣ କରିଥିଲେ । ତେବେ ମାମଲାର ତଦନ୍ତ କରିବାକୁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ । ଦୁଇମାସ ମଧ୍ୟରେ ଅର୍ଥାତ ଫେବୃଆରୀ ମାସ ୧୨ ତାରିଖ ସୁଦ୍ଧା ପ୍ରାଥମିକ ରିପୋର୍ଟ ପ୍ରଦାନ କରିବ ଭିଜିଲାନ୍ସ ।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୧ ମସିହା ଫେବୃଆରୀ ୧୨ରେ ହେବ ।

Get real time updates directly on you device, subscribe now.