Big Breaking: ପ୍ରକାଶ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା

ପୂର୍ବତନ ଡିଜିପି ଅବସରପ୍ରାପ୍ତ ଆଇପିଏସ ପ୍ରକାଶ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ।

ଭୁବନେଶ୍ୱର: ପ୍ରକାଶ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା । ସେ ଜଣେ ପୂର୍ବତନ ଡିଜିପି ଅବସରପ୍ରାପ୍ତ ଆଇପିଏସ ଅଫିସର । ଉପଦେଷ୍ଟା ଭାବେ ପ୍ରକାଶ ମିଶ୍ରଙ୍କୁ ମିଳିଲା କ୍ୟାବିନେଟ ପାହ୍ୟା ।

ଶୀର୍ଷ ପ୍ରଶାସନିକ ଅଧିକାରୀରୁ ନେତା ହୋଇଥିବା ପୂର୍ବତନ ସିଆରପିଏଫ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ରଙ୍କ ଇଂରାଜୀ ପୁସ୍ତକ ‘କମେଡି ଇନ୍ ଖାକି’ ଲୋକାର୍ପିତ ହେବା ପରେ ଏ ନେଇ ଚର୍ଚ୍ଚା ଏବଂ ରାଜନୈତିକ ବୟାନବାଜି ଆରମ୍ଭ ହୋଇଥିଲା ।

ଏଥିରେ ସେ ପିଲାଦିନରୁ ଅବସର ପର୍ଯ୍ୟନ୍ତ ସମୟ ଭିତରେ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସାମ୍ନା କରିଥିବା କୌତୂହଳପ୍ରଦ ଘଟଣାବଳି ମଜାଦାର ଶୈଳୀରେ ଉପସ୍ଥାପନା କରିଛନ୍ତି ।