fbpx

କଂଗ୍ରେସର ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ପରେ ପ୍ରଥମ ଥର ମୁହଁ ଖୋଲିଲେ ପ୍ରଶାନ୍ତ କିଶୋର, କହିଲେ…

Advertisement

ନୂଆଦିଲ୍ଲୀ: କଂଗ୍ରେସରେ ସାମିଲ୍ ହେବାର ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ପରେ ଏକ ହିନ୍ଦୀ ଚ୍ୟାନେଲରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର। ଦେଇଥିବା ସ୍ଵତନ୍ତ୍ର ସାକ୍ଷାତକାରରେ ପ୍ରଶାନ୍ତ କହିଛନ୍ତି, ଦେଶର ସର୍ବ ପୁରାତନ ରାଜନୈତିକ ଦଳ ନିଜର ପୁନରୁଦ୍ଧାର କରିବାରେ ସକ୍ଷମ ଏବଂ ଦଳକୁ ତାଙ୍କର କୌଣସି ଆବଶ୍ୟକତା ନାହିଁ।

ଏହି ସାକ୍ଷାତକାରରେ ପ୍ରଶାନ୍ତ କିଶୋର କହିଛନ୍ତି, କଂଗ୍ରେସ ନେତୃତ୍ଵ ଏବଂ ପାର୍ଟିର ଭବିଷ୍ୟତ ଯୋଜନା ସଂପର୍କରେ ଅନେକ କଥା ଉପରେ ସହମତି ପ୍ରକାଶ ପାଇଥିଲା। ମାତ୍ର ସେମାନେ ନିଜ ଦମରେ ଏସବୁ କରି ପାରିବେ। ସେମାନଙ୍କ ନିକଟରେ ଅନେକ ବଡ ବଡ ନେତା ଅଛନ୍ତି। ସେମାନଙ୍କୁ ମୋର ଆବଶ୍ୟକତା ନାହିଁ। ସେମାନେ ଦଳରେ ଯୋଗ ଦେବାକୁ ପ୍ରସ୍ତାବ ଦେଇଥିଲେ, ମାତ୍ର ମୁଁ ମନା କରି ଦେଇଥିଲି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।

ସେ କହିଛନ୍ତି, ମୁଁ କଂଗ୍ରେସରେ କୌଣସି ଭୂମିକା ଚାହୁଁନଥିଲି। ମାତ୍ର ଏହା ଚାହୁଁଥିଲି ଭବିଷ୍ୟତ ପାଇଁ ଯେଉଁ ନକ୍ସା ପ୍ରସ୍ତୁତ କରାଯାଇଛି, ତାକୁ କରାଯିବା ଉଚିତ୍। ମୁଁ ଯାହା କିଛି ସେମାନଙ୍କୁ ଜଣାଇବାକୁ ଚାହୁଁଥିଲି, ମୁଁ ତାହା କରିଛି। ୨୦୧୪ ପରେ ପ୍ରଥମ ଥର କଂଗ୍ରେସ ନିଜ ଭବିଷ୍ୟତକୁ ନେଇ ଢାଞ୍ଚାଗତ ଭାବେ ଆଲୋଚନା କରିଛି। ମାତ୍ର ମୋତେ ଏମ୍ପାଓ୍ଵର୍ଡ ଆକ୍ସନ ଗ୍ରୁପ ଉପରେ କିଛି ସନ୍ଦେହ ରହିଛି। ସେମାନେ ଚାହୁଁଥିଲେ ମୁଁ ଏହି ଗ୍ରୁପର ସଦସ୍ୟ ରହେ।

ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ପ୍ରଶାନ୍ତ କହିଛନ୍ତି ଯେ, ପାର୍ଟିକୁ ଦେଇଥିବା ଫର୍ମୁଲାରେ ନା ରାହୁଲଙ୍କ ନାମ ଥିଲା ନା ପ୍ର‌୍ୟିଙ୍କାଙ୍କ ନାମ ଥିଲା। ମୁଁ ଆପଣଙ୍କୁ ଏହା ଜଣାଇ ପାରିବି ନାହିଁ ଯେ, ବ୍ୟକ୍ତିଗତ ଭାବେ କଣ ପ୍ରସ୍ତାବ ଦେଇଥିଲି। କାରଣ ଏହା କୁହାଯାଉଥିଲା ଯେ, ପ୍ରଶାନ୍ତ କିଶୋର ପ୍ରିୟଙ୍କା ଗାନ୍ଧୀଙ୍କୁ ପାର୍ଟି ପ୍ରମୁଖ କରିବାକୁ ଚାହୁଁଥିଲେ।

ପ୍ରଶାନ୍ତ କହିଛନ୍ତି, ବିଜେପି ଆକ୍ରମଣରେ ଖରାପ ହୋଇଥିବା ରାହୁଲ ଗାନ୍ଧୀଙ୍କ ଛବିକୁ ପୁଣି ଥରେ ସ୍ଵଚ୍ଛ କରାଯାଇ ପାରିବ। ସେ ଉଦାହରଣ ଦେଇ କହିଛନ୍ତି, ୨୦୦୨ରୁ ଏ ଯାଏ ପିଏମ ମୋଦୀଙ୍କ ଛବିରେ ପରିବର୍ତ୍ତନ ଦେଖିଛନ୍ତି। ନିଃସନ୍ଦେହ ଏହା ସମ୍ଭବ। କଂଗ୍ରେସର ଭବିଷ୍ୟତର ଯୋଜନା ପ୍ରସ୍ତୁତ କରିବା ଏବଂ ପ୍ରସ୍ତାବ ଦେବାରେ ସେ କୌଣସି ଅର୍ଥ ନେଇନଥିବା କହିଛନ୍ତି ପ୍ରଶାନ୍ତ କିଶୋର।

Get real time updates directly on you device, subscribe now.