fbpx

ପ୍ରାକ୍ ନିର୍ବାଚନୀ ହିଂସା, ୧୨ ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲକ୍ଷ୍ମୀସାଗର ପ୍ରାକ୍ ନିର୍ବାଚନୀ ହିଂସା ଘଟଣାରେ ୧୨ ଜଣଙ୍କୁ ଗିରଫ କରାଯାଇଛି । ଉଭୟ ଗୋଷ୍ଠୀର ୧୨ ଜଣଙ୍କୁ ଗିରଫ କରିଛଇ କମିଶନରେଟ୍ ପୋଲିସ୍ । ଶୁକ୍ରବାର କର୍ପୋରେଟର୍ ପ୍ରାର୍ଥିନୀଙ୍କ ପରିବାରକୁ ଆକ୍ରମଣ ହୋଇଥିଲା । ବିଜେପିର କର୍ପୋରେଟର୍ ପ୍ରାର୍ଥିନୀଙ୍କ ସ୍ୱାମୀ ଓ ଦିଅରଙ୍କୁ ଆକ୍ରମଣ କରାଯାଇଥିଲା ।

ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ୱରରେ କର୍ପୋରେଟର୍ ପ୍ରାର୍ଥୀଙ୍କ ସ୍ୱାମୀଙ୍କ ଉପରକୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା । ବିଜେପି କର୍ପୋରେଟର୍ ପ୍ରାର୍ଥୀଙ୍କ ପୂରା ପରିବାର ଉପରେ ଆକ୍ରମଣ ହୋଇଥିଲା । ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲା ବିଜେପି । ୩୩ ନମ୍ବର ୱାର୍ଡ ପାଇଁ ପ୍ରାର୍ଥୀ ହୋଇଥିବା ଧରିତ୍ରୀ ଜେନାଙ୍କ ପରିବାରକୁ ଆକ୍ରମଣ ହୋଇଥିବା ସୂଚନା । ଧରିତ୍ରୀଙ୍କ ସ୍ୱାମୀ ଦେଢ଼ଶୁର ଓ ଦିଅର ଆଦିଙ୍କୁ ମିଶାଇ ୫ ଜଣଙ୍କୁ ଆକ୍ରମଣ ହୋଇଥିଲା । ପରିବାରର ୫ ଜଣ ସଦସ୍ୟ ଗୁରୁତର ଅବସ୍ଥାରେ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

 

Get real time updates directly on you device, subscribe now.