ଦୁଃଖ ମନରେ ଫୁଟିଲା ଖୁସି, ପ୍ରେମାନନ୍ଦ ମହାରାଜ ବାଦଶାହଙ୍କ ପରିବାରକୁ ଦେଲେ ଗୁରୁମନ୍ତ୍ର
କ’ଣ ଥିଲା ପ୍ରେମାନନ୍ଦ ମହାରାଜଙ୍କୁ ପ୍ରଶ୍ନ
ବୃନ୍ଦାବନ: ପ୍ରେମାନନ୍ଦ ମହାରାଜଙ୍କ ପାଖକୁ ଖେଳାଳିଙ୍କ ଠାରୁ ଆରମ୍ଭ କରି ଅଭିନେତା ଅଭିନେତ୍ରୀ ଯାଉଛନ୍ତି। ଜୀବନରେ କିଛି ଖରାପ ପରିସ୍ଥିତିକୁ କେମିତି ପାର କରିବେ ସେ ବିଷୟରେ ପ୍ରେମାନନ୍ଦ ମହାରାଜଙ୍କ ଠାରୁ ଉପଦେଶ ମଧ୍ୟ ନିଅନ୍ତି।
ଯଦି ଫିଲ୍ମ ଅଭିନେତା ଅଭିନେତ୍ରୀଙ୍କ ମନରେ କିଛି ପ୍ରଶ୍ନ ରୁହେ ସେମାନେ ପ୍ରେମାନନ୍ଦ ମହାରାଜଙ୍କୁ ପଚାରନ୍ତି। ଆଉ ଯାହାର ଉତ୍ତର ପ୍ରେମାନନ୍ଦ ମହାରାଜ କୁହନ୍ତି ତାହା ଜୀବନରେ ଏକ ଶିକ୍ଷା ଭାବେ କାମକରେ।
ବିରାଟ କୋହଲି, ଅନୁଷ୍କା ଶର୍ମାଙ୍କ ପରେ କିଛି ଦିନ ତଳେ ଅଭିନେତ୍ରୀ ଶିଳ୍ପା ସେଠୀ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ପ୍ରେମାନନ୍ଦ ମହାରାଜଙ୍କ ନିକଟକୁ ଯାଇଥିଲେ। ଏବେ ପ୍ରସିଦ୍ଧ ର୍ୟାପ୍ ସିଙ୍ଗର ବାଦଶାହ ଉତ୍ତରପ୍ରଦେଶର ବୃନ୍ଦାବନରେ ପହଞ୍ଚିଥିଲେ।
ଯେଉଁଠି ସେ ପ୍ରସିଦ୍ଧ ଆଧ୍ୟତ୍ମିକ ସନ୍ଥ ପ୍ରେମାନନ୍ଦ ମହାରାଙ୍କୁ ଦର୍ଶନ କରିଥିଲେ। ଏହି ଭେଟଘାଟର ଏକ ଭିଡ଼ିଓ ସୋସିଆଲ ମିଡିଆରେ ସେୟାର ହୋଇଛି। ଯେଉଁଠି ବାଦଶାହ ଶାନ୍ତ ଭାବରେ ପ୍ରେମାନନ୍ଦ ମହାରାଜଙ୍କ ପାଖରେ ବସିଥିବା ଦେଖିବାକୁ ମିିଳିଛି। ହେଲେ ତାଙ୍କ ଭାଇ ଜୀବନ ଏବଂ ସମ୍ପର୍କକୁ ନେଇ ଏକ ପ୍ରଶ୍ନ କରିଥିବା ଦେଖିବାକୁ ମିଳିଛି।
କ’ଣ ଥିଲା ପ୍ରେମାନନ୍ଦ ମହାରାଜଙ୍କୁ ପ୍ରଶ୍ନ
ବାଦଶାହଙ୍କ ଭାଇ ପ୍ରେମାନନ୍ଦ ମହାରାଜଙ୍କୁ ପ୍ରଶ୍ନ କରିଥିଲେ ଦୁନିଆରେ ବହୁତ ଲୋକ ସତ ଶୁଣିବାକୁ ଚାହାଁନ୍ତି, ହେଲେ ଯେତେବେଳେ ସତ ଶୁଣନ୍ତି ସମ୍ପର୍କ ଭାଙ୍ଗିଯାଏ। ସମ୍ପର୍କରୁ ଦୂରେଇ ଯାଆନ୍ତି ନିଜର ଲୋକ। ଭଲପାଇବା ଯେପରି ସରିଯାଏ।
ହେଲେ ବି ସତ କହିବାକୁ ରହିବା ଦରକାର। ହେଲେ ଯେତେବେଳେ ସମସ୍ତେ ସତ ଶୁଣନ୍ତି ପରିଣାମ କିଛି ବହୁତ ଖରାପ ଥାଏ। ଏପରି ଲାଗେ କି ସତ କହିବା ପରେ ଯେପରି ତମକୁ ସମସ୍ତେ ଅଭିଶାପ ଦେଇଛନ୍ତି। ଯାହା ଦ୍ୱାରା ସତ କହିଥିବା ବ୍ୟକ୍ତି ଭାଙ୍ଗିପଡ଼ୁଛି।
ଯାହାର ଜବାବରେ ଗୁରୁଜୀ ପ୍ରେମାନନ୍ଦ ମହାରାଜ କହିଥିଲେ ସତ୍ୟର ରାସ୍ତାରେ ସବୁ ବେଳେ ଯିବା ଉଚିତ। ଲୋକ ଦୂରେଇ ଯିବା ଏ ତ ସାଧାରଣ କଥା। କାରଣ ସେ ଅସତ୍ୟର ରାସ୍ତାରେ ଅଛନ୍ତି। ତାଙ୍କ ସାଥୀ ଭାଙ୍ଗିଯିବାରେ କୌଣସି ଅସୁବିଧା ନାହିଁ।
ସତ୍ୟର ରାସ୍ତାରେ ଚାଲିବା ବ୍ୟକ୍ତିଙ୍କ ସାଥୀରେ ଭଗବାଦ ଥାଆନ୍ତି। ଯାହା ସହିତ ଭଗବାନ ଥିବେ ନା ତା ସହିତ ଚାଲିବାକୁ ପୁରା ଦୁନିଆ ଠିଆ ହେବ। ଏଥିପାଇଁ ସତ୍ୟରେ ରାସ୍ତାରେ ଯିବା ଉଚିତ।
ବାଦଶାହଙ୍କ ମୁହଁରେ ହସ
ଗୁରୁଜୀଙ୍କ ଏଭଳି ଉତ୍ତର ଯେପରି ମାର୍ଗଦର୍ଶନ ଜୀବନରେ ଦେବା ତାହା ଦେଖିବାକୁ ମିଳିଥିଲା। ପାଖରେ ରହି ବାଦଶାହା ସବୁ କିଛି ଶୁଣୁଥିଲେ। ଭିଡିଓରେ ବାଦଶାହ କିଛି ପ୍ରଶ୍ନ କରିନଥିଲେ। ତାଙ୍କ ମୁହଁରେ ଦୁଃଖ ଥିବା ସ୍ପଷ୍ଟ ଜଣାପଡ଼ୁଥିଲା ।
ଏବଂ ସେ ପ୍ରେମାନନ୍ଦ ମହାରାଜଙ୍କ ସମ୍ପୁର୍ଣ୍ଣ କଥା ଶୁଣିବା ପରେ ହସିଥିଲେ। ତାଙ୍କ ଭାଇ ମଧ୍ୟ ଗୁରୁଜୀଙ୍କ ଉତ୍ତର ଖୁସିଥିବା ଦେଖିବାକୁ ମିଳିଥିଲା।