ଭୁବନେଶ୍ୱର: ସ୍ଥାନୀୟ ପ୍ରେସ କ୍ଲବ ଅଫ ଭୁବନେଶ୍ୱର ଠାରେ ଆଜି ଅଟଳ ଯୁବଶକ୍ତି ଦ୍ବାରା ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇ ଅଛି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନ ର ସାଧାରଣ ସଂପାଦକ ଶ୍ରୀ ପ୍ରବୀର ଶଙ୍କର ଦାସ ପ୍ରାରମ୍ଭିକ ସୂଚନା ସହ ମଞ୍ଚ ଆହ୍ଵାନ କ୍ରମେ ଅଟଳ ଯୁବ ଶକ୍ତି ର ସଭାପତି ବିକାଶ ପାଢୀ, ଆବାହକ ପୂର୍ବତନ ବିଧାୟକ ଲଲିତେନ୍ଧୁ ବିଦ୍ୟାଧର ମହାପାତ୍ର, ମୁଖ୍ୟ ପୃଷ୍ଠପୋଷକ ପର୍ଶୁରାମ ବେହେରା ମୁଖ୍ୟ ପରାମର୍ଶ ଦାତା, ଅଶୋକ କୁମାର ପାଲିତ,ପରାମର୍ଶ ଦାତା ଉପେନ୍ଦ୍ର ଭଞ, ବାର୍ଷିକ ବିଶେଷାଙ୍କ”ଯୁଗ ଜନ୍ମା” ର ସମ୍ପାଦକ ସର୍ବେଶ୍ଵର ଜେନା, ସରୋଜ କୁମାର ଦାସ ଉମେଶ କୁମାର ଚଇନି,ମାନସ ଭଞ ପ୍ରମୁଖ ଉପସ୍ଥିତ ରହି କାର୍ଗିଲ ବିଜୟ ଦିବସ ଓ ଭାରତ ରତ୍ନ ଅଟଳବୀହାରୀ ବାଜପେୟୀଙ୍କ ଶହେତମ ଜନ୍ମ ଜୟନ୍ତୀ ଅବସରରେ ଓଡ଼ିଶାର ପ୍ରତ୍ୟକ କ୍ଷେତ୍ରରେ ପ୍ରତିଭାଙ୍କୁ ପ୍ରତିଭା ସମ୍ମାନ ନିମନ୍ତେ “ପ୍ରତିଭା ସମ୍ମାନ ୨୦୨୫” ଆୟୋଜନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଓ କବି ସମ୍ମିଳନୀ ଆୟୋଜିତ ନିମନ୍ତେ ସ୍ଥିର କୃତ ହୋଇଅଛି।
ଅଟଳ ଯୁବ ଶକ୍ତି କେବଳ ସାମାଜିକ ସଂଗଠନ ନୁହେଁ ବରଂ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ନୀତି ଆଦର୍ଶ ପ୍ରଚାରର ଏକ ପ୍ରକାର ପଦାତିକ ବାହିନୀ ଯାହା ୧୦ବର୍ଷ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଯୁବାଭିମୁଖି ପ୍ରତିଭା ମାନଙ୍କୁ ଚିହ୍ନଟ ତଥା ସେମାନଙ୍କ ବିକାଶ କ୍ଷେତ୍ରରେ କାର୍ଯ୍ୟ କରି ଆସୁଛି।
ଆସନ୍ତା କାର୍ଗିଲ ବିଜୟ ଦିବସ ଅବସରରେ ଏହି ପ୍ରତିଭା ସମ୍ମାନ ୨୦୨୫ ଅନୁଷ୍ଠିତ ହେବାକୁ ଯାଉଛି ଏଥିରେ ଓଡ଼ିଶାର ବିଭିନ୍ନ ପ୍ରତିଷ୍ଠିତ ସମାଜସେବୀ ରାଜନୈତିକବ୍ୟକ୍ତି ସରକାରୀ,ବେସରକାରୀବ୍ୟକ୍ତି ବିଶେଷ କବି ସାହିତ୍ୟିକ ବିଭିନ୍ନ ଦିଗର ପ୍ରତିଭା ମାନେ ଯୋଗଦାନ ଦେଉ ଅଛନ୍ତି । ଏହି କାର୍ଯ୍ୟକ୍ରମକୁ ସମସ୍ତଙ୍କ ସାହାଯ୍ୟ ସହଯୋଗ କାମନା ସହ ସଫଳ କରାଇବା ନିମନ୍ତେ ଅନୁରୋଧ କରିଥିଲେ ।
ଏହି କାର୍ଯ୍ୟକ୍ରମ ସମ୍ପର୍କରେ ରୁପ ରେଖ ଦାୟିତ୍ଵ ବିଭିନ୍ନ ସଦସ୍ୟ ଙ୍କୁ ପ୍ରଦାନ ସହ ସଭିଙ୍କ ପୂର୍ବ ଭଳି ଯୋଗଦାନ ଦେଇ ସଫଳ କରାଇବା ନିମନ୍ତେ ଏହି ସାମ୍ବାଦିକ ସମ୍ମିଳନୀରେ ଅନୁରୋଧ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜୋନାଲ ସଭାପତି ଧୀରଜ ମହାନ୍ତି, ଉପାଧ୍ୟକ୍ଷ ଡଃ ସିଦ୍ଧାର୍ଥ ପତି , ଯୁବ ସହ ଆବାହକ ଅଭିଷେକ ଆଚାର୍ଯ୍ୟ, ଡଃ ଅନୁଭାଲ୍ଲା ଜୀତେନ ମିଶ୍ର, କୋଷାଧ୍ୟକ୍ଷ ପ୍ରହ୍ଲାଦ କୁମାର ଦାସ,ଯୋନାଲ ସଫାଦକ ଅଜୟ ନାୟକ ପ୍ରଦ୍ୟୁମ୍ନ ପାଣିଗ୍ରାହୀ, ମହେଶ ସିଂହ, ସନ୍ତୋଷ ମାହାନ୍ତି, ପ୍ରମୋଦ ଦାଶ, ମନୋରଞ୍ଜନ ବେହେରା , ପ୍ରମୋଦ ବାରିକ, ନୀତେଶ ରଥ,ଆଦିତ୍ୟ ମିଶ୍ର, ସନ୍ଦୀପ ବାରିକ ଶୁଭକାନ୍ତ ସାହୁ,ପପୁଲ ପୁଷ୍ପକ ପୁହାନ, ନରୋତ୍ତମ ଦାସ,ସୁହାନୀ ସାଇ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ କ୍ରମ କୁ ସଂଯୋଜନା କରିଥିଲେ।।