fbpx

ଆଜିଠୁ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୪ ଦିନିଆ ଗସ୍ତରେ ମହାମହିମ

Advertisement

ଭୁବନେଶ୍ୱର: ଦେଶର ରାଷ୍ଟ୍ରପତି ତଥା ଓଡ଼ିଆ ମାଟିର ଗର୍ବ ଗୌରବ ରାଷ୍ଟ୍ରପତି ଆଜି ନିଜ ରାଜ୍ୟ ଅଭିମୁଖେ ଆସୁଛନ୍ତି । ଆଜିଠାରୁ ୪ ଦିନିଆ ଗସ୍ତରେ ରହିବେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଏହି ୪ ଦିନ ମଧ୍ୟରେ ଖୋର୍ଦ୍ଧା, କଟକ, ମୟୁରଭଞ୍ଜ, ଗଞ୍ଜାମ ଏବଂ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସୂଚୀ ରହିଛି । ଆଜି ଦିଲ୍ଲୀରୁ ପହଞ୍ଚି ମା’ କିଚକେଶ୍ୱରୀ ମନ୍ଦିର ଦର୍ଶନ କରିବେ ଶ୍ରୀମତୀ ମୁର୍ମୁ । ଏହାପରେ ଆସନ୍ତାକାଲି କେନ୍ଦୁଝର ଏବଂ ଭୁବନେଶ୍ୱରର କାର୍ଯ୍ୟକ୍ରମରେ ସେ ଯୋଗ ଦେବା ନେଇ ସୂଚୀ ରହିଛି । କାଲି ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି ମୁର୍ମୁ । ତେବେ ମହାମହିମଙ୍କ ଗସ୍ତ ପାଇଁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.