FM କଲେଜରେ ଆତ୍ମାହୁତି ଦେଇଥିବା ଛାତ୍ରୀଙ୍କୁ ଭେଟିଲେ ରାଷ୍ଟ୍ରପତି, ଚିକିତ୍ସା ନେଇ ଡାକ୍ତରଙ୍କ ସହ କଲେ ଆଲୋଚନା

ଭୁବନେଶ୍ୱର: ଏଫଏମ କଲେଜରେ ଜୀଅନ୍ତା ଜଳି ହାତ୍ମାହୁତି ହେଇଥିବା ପୀଡ଼ିତା ସୌମ୍ୟାଶ୍ରୀଙ୍କୁ ଭେଟିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ସୌମ୍ୟାଶ୍ରୀଙ୍କ ଅବସ୍ଥା ପଚାରି ବୁଝିବା ସାଙ୍ଗକୁ ଡାକ୍ତରଙ୍କ ସହ ଚିକିତ୍ସା ସମ୍ପର୍କରେ ସମ୍ପୂର୍ଣ୍ଣ ଆଲୋଚନା କରିଛନ୍ତି ରାଷ୍ଟ୍ରପତି ।

ରାଷ୍ଟ୍ରପତି ଏକ୍ସ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିବାବେଳେ ବର୍ଣ୍ଣ ୟୁନିଟିକୁ ଯାଇ ସୋମ୍ୟାଶ୍ରୀଙ୍କୁ ଭେଟିଛନ୍ତି ।

ସେଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ଉପସ୍ଥିତ ଥିବା ଜଣାପଡ଼ିଛି ।

ଏଫଏମ କଲେଜର ନିଲମ୍ବିତ ପ୍ରିନ୍ସିପାଲ ଦିଲ୍ଲୀପ ଘୋଷଙ୍କୁ ଆଜି ପୋଲିସ ଗିରଫ କରିଛି । ସେପଟେ ଏଜୁକେଶନ ଡିପାର୍ଟମେଣ୍ଟ ଏଚଓଡି, ଯେ ସୌମ୍ୟାଶ୍ରୀଙ୍କୁ ଖରାପ ବ୍ୟବହାର ଦେଖାଇଥିଲେ ତାଙ୍କୁ ମଧ୍ୟ ପୂର୍ବରୁ ପୋଲିସ ଗିରଫ କରିସାରିଛି ।