ନୁଆଦିଲ୍ଲୀ, ୧୨ା୪ (ଓଡିଶା ଭାସ୍କର) : ବାଇପାସ୍ ସର୍ଜରୀ ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏନେଇ ସେ ନିଜେ ଟୁଇଟ୍ କରି ସୁଚନା ଦେଇଛନ୍ତି । ସେ ଆଜି ଟୁଇଟ୍ କରି କହିଛନ୍ତି ଯେ, ବାଇପାସ୍ ସର୍ଜରୀ ଶେଷ ହେବାପରେ ସେ ସୁସ୍ଥହୋଇ ରାଷ୍ଟ୍ରପତି ଭବନକୁ ଫେରିଛନ୍ତି । ଏଥିସହିତ ସେଠାକାର ସମସ୍ତ ଡାକ୍ତର ଏବଂ ନର୍ସ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସେ ଟୁଇଟ୍ କରି କହିଛନ୍ତି ଯେ, ‘ସର୍ଜରୀ ଶେଷ ହେବାପରେ ରାଷ୍ଟ୍ରପତି ଭବନ ଫେରିଛି । ଚିକିତ୍ସା କରିଥିବା ଏମ୍ସ ଏବଂ ଆର୍ମି ଆର୍ ଆର୍ ହସ୍ପିଟାଲର ଡାକ୍ତରୀ ଟିମ, ନର୍ସ ଏବଂ ମଙ୍ଗଳକାମନା କରିଥିବା ସମସ୍ତଙ୍କୁ ଧନ୍ୟବାଦ । ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।’
I have returned to Rashtrapati Bhavan after my surgery. My speedy recovery is thanks to wishes and prayers of all of you and exceptional care given by doctors and nursing staff at AIIMS and Army’s RR hospital. I am thankful to everyone! I am glad to be back home. pic.twitter.com/nhe6eC7OrD
— President of India (@rashtrapatibhvn) April 12, 2021
ସୁଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚ ମାସ ୨୬ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଛାତିରେ ଯନ୍ତ୍ରଣା ହେବାରୁ ସେ ଆର୍ମି ଆର୍ ଆର୍ ହସ୍ପିଟାଲଲ୍ ରେ ଭର୍ତ୍ତି ହୋଇଥିଲେ । ପ୍ରଥମେ ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ହୋଇଥିଲା । ଏହାପରେ ମାର୍ଚ୍ଚ ୨୭ ତାରିଖରେ ତାଙ୍କୁ ଏମ୍ସକୁ ସ୍ଥାନାନ୍ତରଣ କରାଯାଇଥିଲା । ଏହାପରେ ମାର୍ଚ୍ଚ ୩୦ ତାରିଖରେ ଏମ୍ସରେ ଓଡିଆ ଚିକିତ୍ସକ ଅକ୍ଷୟ କୁମାର ବିଶୋୟୀଙ୍କ ନେତୃତ୍ବରେ ରାଷ୍ଟ୍ରପତିଙ୍କ ବାଇପାସ ସର୍ଜରୀ ସଫଳତାର ସହ ଶେଷ ହୋଇଥିଲା ।