ନାଗରିକଙ୍କ ରକ୍ଷା ପାଇଁ ବିଳମ୍ବିତ ରାତିରେ ସଡ଼କ ଉପରେ ବୁଲିଲେ ରାଷ୍ଟ୍ରପତି ଜେଲେସ୍କି, Video ଜାରି କରି କହିଲେ ଏପରି

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଲଗାତର ଆକ୍ରମଣ ଜାରି ରହିଛଇ । ଇତି ମଧ୍ୟରେ ଅନେକ ବିଲ୍ଡିଂ, ଘର, ରାସ୍ତାଘାଟ, ବ୍ରିଜ୍, ସେନା ଆଡ୍ଡା, ଏୟାରବେସ୍ ଆଦି ଧ୍ୱଂସ ହୋଇଯାଇଛି । ଦେଶରେ ବର୍ତ୍ତମାନ ହାହାକାର ପରିସ୍ଥିତି ଲାଗି ରହିଛି । ଲୋକମାନେ ଜୀବନ ବଞ୍ଚାଇବାକୁ ପାଇଁ ସଂଘର୍ଷ ଜାରି ରଖିଛନ୍ତି । ତେବେ ଏହା ଭିତରେ ରାଜଧାନୀ କିଭ୍ ଉପରେ ବି ହମଲା ଜାରି ରଖିଛି ରୁଷ । ରାଷ୍ଟ୍ରପତି ଜେନେସ୍କି ମଧ୍ୟ ନିଜ ଦେଶ ଛାଡ଼ି ନାହାନ୍ତି । ଏହାର ପ୍ରମାଣ ସ୍ୱରୂପ ସେ ଏକ ଭିଡିଓ ଜାରି କରି ସୂଚନା ଦେଇଛନ୍ତି ।

ନିଜର ସହଯୋଗୀ ଏବଂ ପ୍ରଧାନମନ୍ତ୍ରୀଙ୍କ ସହିତ ଜେଲେସ୍କି ୟୁକ୍ରେନ ସଡ଼କ ଉପରେ ନଜର ଆସିଥିଲେ । ରାଜଧାନୀ ରାଜରାସ୍ତାରେ ଉପରୁ ସେ ଏକ ଭିଡିଓ ଜାରି କରି କହିଥିଲେ ଯେ, ସେ ନିଜ ଦେଶରେ ହିଁ ଅଛନ୍ତି ଏବଂ ନାଗରିକଙ୍କ ରକ୍ଷା ପାଇଁ ଓହ୍ଲାଇଛନ୍ତି ।

ଏହା ପୂର୍ବରୁ ଜାରି କରିଥିବା ଏକ ଭିଡିଓରେ ସେ ଭାବୁକଭରା ଅପିଲ୍ କରି କହିଥିଲେ ଯେ, ମୁଁ ୟୁକ୍ରେନରେ ହିଁ ଅଛି ଓ ମୋର ପରିବାର ବି ୟୁକ୍ରେନରେ ରହିଛି । ମୋ ପିଲାମାନେ ବି ଦେଶରେ ହିଁ ଅଛନ୍ତି । ମୁଁ ହେଉଛି ୟୁକ୍ରେନର ନାଗରିକ । ଆମକୁ ସୂଚନା ମିଳିଛି ଶତ୍ରୁଙ୍କର ଟାର୍ଗେଟରେ ମୁଁ ଓ ମୋର ପୂରା ପରିବାର ରହିଛୁ ।