fbpx

ଅତିକ ଅହମ୍ମଦର ପୁଅ ଅସଦ ଏବଂ ସୁଟର ଗୁଲାମର ଏନକାଉଣ୍ଟର କରିଥିବା ପୋଲିସ୍ କର୍ମଚାରୀଙ୍କୁ ମିଳିବ ରାଷ୍ଟ୍ରପତି ସମ୍ମାନ

ନୂଆଦିଲ୍ଲୀ: ପୂର୍ବତନ ସାଂସଦ ତଥା ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦର ପୁଅ ଅସଦ ଏବଂ ସୁଟର ମହମ୍ମଦ ଗୁଲାମଙ୍କୁ ଏନକାଉଣ୍ଟରରେ ହତ୍ୟା କରିଥିବା ପୋଲିସ କର୍ମଚାରୀଙ୍କୁ ରାଷ୍ଟ୍ରପତିଙ୍କ ଗାଲାଣ୍ଟ୍ରି ପଦକ ପ୍ରଦାନ କରିବାକୁ ଘୋଷଣା କରାଯାଇଛି । ଉମେଶ ପାଲ ହତ୍ୟା ମାମଲାରେ ଅସଦ ଏବଂ ଗୁଲାମ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ଥିଲା ।

ଗତ ବର୍ଷ ଅତିକ୍ ଏବଂ ଅଶରଫ ଅହମ୍ମଦଙ୍କୁ ପୋଲିସ ହେପାଜତରେ ହତ୍ୟା ପୂର୍ବରୁ ଅସଦ ଅହମ୍ମଦର ଏନକାଉଣ୍ଟର ହୋଇଥିଲା । ୧୩ ଏପ୍ରିଲ୍ ୨୦୨୩ ରେ ଜାନସିରେ ଏକ ଏନକାଉଣ୍ଟରରେ ଅସଦ ଏବଂ ମହମ୍ମଦ ଗୁଲାମଙ୍କୁ ହତ୍ୟା କରିଥିବା ଏସଟିଏଫ ଦଳର ୬ ଜଣ ସଦସ୍ୟ ଏବଂ ଅନ୍ୟ ପୋଲିସ କର୍ମଚାରୀଙ୍କ ସମେତ ମୋଟ ୧୭ ଜଣ ଅଧିକାରୀ ରାଷ୍ଟ୍ରପତିଙ୍କ ବୀରତା ପଦକ ପାଇବେ ।

ପୁରସ୍କାରର ମୂଲ୍ୟ ୫ ଲକ୍ଷ ଟଙ୍କା ଥିଲା:-

ଉମେଶ ପାଲ ହତ୍ୟା ମାମଲାରେ ଉଭୟ ସୁଟର ଅସଦ ଏବଂ ଗୁଲାମ ଫରାର ଥିଲେ । ୟୁପି ପୋଲିସ ଉଭୟଙ୍କ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା । ୟୁପି ଏସଟିଏଫ ଡେପୁଟି ଏସପି ନବେନ୍ଦୁ ଏବଂ ଡେପୁଟି ଏସପି ଭିମଲଙ୍କ ନେତୃତ୍ୱରେ ଝାନସିରେ ହୋଇଥିବା ଏକ ଏନକାଉଣ୍ଟରରେ ଉଭୟଙ୍କ ମୃତ୍ୟୁ ଘଟିଛି । ଅସଦ ଏବଂ ଗୁଲାମ ନିକଟରୁ ବ୍ରିଟିଶ ବୁଲଡୋଗ ରିଭଲଭର ଏବଂ ୱାଲହଥର ପିସ୍ତଲ ଉଦ୍ଧାର କରିଥିଲା ଏସଟିଏମ ।

Get real time updates directly on you device, subscribe now.