fbpx

ଶୀତଦିନରେ ସେବନ କରନ୍ତୁ ନାହିଁ ଏହି ୪ଟି ଖାଦ୍ୟ; ନଚେତ ହୋଇପାରେ ହୃଦଘାତ ଆଶଙ୍କା

ବର୍ତ୍ତମାନ ଶୀତଋତୁ ଚାଲୁଥିବା ବେଳେ ପ୍ରତ୍ୟେକ ବ୍ୟକ୍ତିର ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ । ଫଳରେ ଅତି ସହଜରେ ବିଭିନ୍ନ ପ୍ରକାର ଶରୀରରେ ପ୍ରବେଶ କରିଥାଏ । ତେଣୁ ଏହି ମୌସୁମୀ ପରିବର୍ତ୍ତନରେ ଆପଣମାନେ ନିଜ ଖାଦ୍ୟପେୟ ପ୍ରତି ଅଧିକ ଯତ୍ନବାନ ହେବା ସହ ଶରୀର ପ୍ରତି ଧ୍ୟାନ ରଖିବା ଆବଶ୍ୟକ । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଏହି ଶୀତଋତୁରେ ଏପରି କିଛି ଖାଦ୍ୟ ଅଛି ଯାହାକୁ ସେବନ କରିବା ଅନୁଚିତ୍ । ଆପଣମାନେ ଯଦି ସେହି ଖାଦୟ ସେବନ କରନ୍ତି ତେବେ ହୃଦଘାତ ପରି ସମସ୍ୟା ଉପୁଜିବାର ଅନେକ ସମ୍ଭାବନା ରହିଛି । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ୪ଟି ଖାଦ୍ୟ ବିଷୟରେ…

ରେଡମିଟ୍ (ଲାଲମାଂସ): ଶୀତଦିନରେ ଲାଲ ମାଂସ ସେବନ କରିବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ । କାରଣ ଏଥିରେ ପ୍ରଚର ପିମାଣର ସେଚୁରେଟ୍ ଫ୍ୟାଟ ଏବଂ କୋଲେଷ୍ଟ୍ରଲ ରହିଥାଏ ô ଯାହାକି ହୃଦଘାତ ପରି ସମସ୍ୟା ସୃଷ୍ଟି କରେ । ତେଣୁ ଶୀତଦିନେ ରେଡ୍ ମିଟ ସେବନ କରିବା ଉଚିତ ନୁହେଁ ।

ଫାଷ୍ଟ ଫୁଡ: ଆପଣମାନେ ଶୀତଦିନେ ଫାଷ୍ଟ ଫୁଡ ସେବନ ଠାରୁ ଦୂରେଇ ରହିବା ଆବଶ୍ୟକ । କାରଣ ଶୀତଦିନରେ ଶରୀରରୁ କମ ଝାଳ ନିର୍ଗତ ହୁଏ ଏବଂ ଶରୀର ଅଳଶୁଆ ଲାଗିଥାଏ । ଫଳରେ ଆମ ଖାଦ୍ୟ ଶୀଘ୍ର ହଜମ ହୋଇନଥାଏ । ଏପରି ସ୍ଥିତିରେ ତେଲ ମସଲା ଜାତିୟ ଖାଦ୍ୟ କିମ୍ବା ଫାଷ୍ଟ ଫୁଡ ସେବନ କଲେ ଏହା ଶୀରରେ କୋଲେଷ୍ଟଲର ମାତ୍ରାକୁ ବଢାଇ ଦେଇଥାଏ । ଫଳରେ ଏହାକୁ ସେବନ କରିବା ଦ୍ୱାରା ମେଦବହୁଳତା ଏବଂ ହୃଦଘାତ ପରି ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଶୀତଦିନରେ ଏପରି ଖାଦ୍ୟଠାରୁ ଦୂରେଇ ରୁହନ୍ତୁ ।

ତେଲ ଜାତିୟ ଖାଦ୍ୟ: ଶୀତଦିନରେ ଅନେକ ଲୋକ ତେଲ ଜାତିୟ ଖାଦ୍ୟ ଅର୍ଥାତ୍ ଛଣାଛଣି ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଶୀତଦିନରେ ଏପରି ଖାଦ୍ୟ ଖାଇବା ଶରୀର ପ୍ରତି ବିପଦ ଆମିପାରେ । କାରଣ ଏହି ତେଲ ଜାତିୟ ଖାଦ୍ୟ ଶୀରୀରରେ କୋଲେଷ୍ଟ୍ରଲର ମାତ୍ରାକୁ ବଢାଇବାରେ ସାହାଯ୍ୟ କରେ । ଫଳରେ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଇଥାଏ । ତେଣୁ ଶୀତଦିନେ ଏହିପରି ଖାଦ୍ୟଠାରୁ ଦୂରେଇ ରୁହନ୍ତୁ ।

ମିଠା ଜାତିୟ ଖାଦ୍ୟ: ଶୀତଦିନେ ମିଠା ଜାତିୟ ଖାଦ୍ୟ ଯେପରି ଚାହା, କଫି ଚକୋଲେଟ୍, ପେଷ୍ଟ୍ରୀ ଆଦି ଖାଦ୍ୟ ଖାଇବାକୁ ଅନେକ ଲୋକେ ପସନ୍ଦ କରୁଥିବା ବେଳେ ଏହା ଶୀରରେ କୋଲେଷ୍ଟ୍ରଲ ମାତ୍ରା ବୃଦ୍ଧି କରିବାରେ ସାହାଯ୍ୟକରେ ଫଳରେ ହୃଦଘାତ ହେବାର ଅନେକ ସମ୍ଭାବନା ଥାଏ । ତେଣୁ ଶୀତଦିନେ ମିଠାଜାତିୟ ଖାଦ୍ୟଠାରୁ ଦୂରେଇ ରହିବା ଆବଶ୍ୟକ ।

Get real time updates directly on you device, subscribe now.