fbpx

୧୯୪୭ରେ ଚାଉଳ, ଚିନି, ଆଳୁ, ଦୁଧ, ପେଟ୍ରୋଲ, ସୁନାର ଦାମ୍ କେତେ ଥିଲା, ଏବେ ୨୦୨୨ରେ କେତେ ଅଛି: ଦେଖନ୍ତୁ ସମ୍ପୂର୍ଣ୍ଣ ରିସର୍ଚ୍ଚ ରିପୋର୍ଟ

ନୂଆଦିଲ୍ଲୀ: ଦେଶ ସ୍ୱାଧୀନତା ପାଇବାକୁ ଏହା ମଧ୍ୟରେ ୭୫ ବର୍ଷ ପୂରିବାକୁ ବସିଛି । ଏହି ଅବସରରେ ସାରା ଦେଶ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରିବା ପାଇଁ ହର ଘର ତ୍ରିରଙ୍ଗା ଅଭିଯାନ ଚାଲିଛି । ଏହି ଅଭିଯାନ ମାଧ୍ୟମରେ ୨୦ କୋଟି ଘରେ ତ୍ରିରଙ୍ଗା ଉଡ଼ାଇବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ଗତ ୭୫ ବର୍ଷରେ ଭାରତରେ ଅନେକ ନୂଆ କାହାଣୀ ଲେଖା ହୋଇଛି ।

ଆଜି ଭାରତର ଅର୍ଥନୀତି ୫ ଟ୍ରିଲିୟନରେ ପହଞ୍ଚି ସାରିଛି । ବହୁ ବାଧାବିଘ୍ନ ଅତିକ୍ରମ କରି ଦେଶର ଅର୍ଥନୀତି ଆଗକୁ ଅଗ୍ରସର ହେଉଛି । ଖୁବଶୀଘ୍ର ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଅର୍ଥନୀତି ଚୀନକୁ ଅତିକ୍ରମ କରିବା ନେଇ ସଙ୍କେତ ମିଳି ସାରିଲାଣି । ତେବେ ଏହା ମଧ୍ୟରେ ବ୍ଲମବର୍ଗ ଓ ଏସବିଆଇର ରିସର୍ଚ୍ଚ ରିପୋର୍ଟ ଆସିଛି ।

ରିପୋର୍ଟ ଅନୁଯାୟୀ, ୨୦୨-୨୩ରେ ଭାରତ ଏସିଆର ସର୍ବବୃହତ ଅର୍ଥନୀତି ଭାବେ ଉଭା ହେବାର ସମ୍ଭାବନା ରହିଛି । ତେବେ ସ୍ୱାଧୀନତା ପୂର୍ବରୁ ଏକ, ଦୁଇ ପଇସାର ମହତ୍ତ୍ୱ ଯଥେଷ୍ଟ ରହିଥିଲା । ଏକ ଟଙ୍କାରେ ବହୁତ ସାମଗ୍ରୀ ମିଳିପାରୁ ଥିଲା । ୧୯୪୭ରୁ ୨୦୨୨ ମଧ୍ୟରେ ଚାଉଳ, ଚିନି, ଆଳୁ, ଦୁଧ, ସୁନା, ପେଟ୍ରୋଲର ମୂଲ୍ୟରେ ଆକାଶ ପାତାଳ ପରିବର୍ତ୍ତନ ଦେଖିବାକୁ ମିଳିଛି ।

୧୯୪୭ରେ ଚାଉଳ କେଜି ୧୨ ପଇସା ଥିବାବେଳେ ୨୦୨୨ରେ ଏହା ୪୦ ଟଙ୍କାରେ ପହଞ୍ଚିଛି । ସେହିପରି ଚିନି କେଜି ୪୦ ପଇସା ଥିବାବେଳେ ଏବେ ୪୨ ଟଙ୍କାରେ ପହଞ୍ଚିଛି । ଆଳୁ ୨୫ ପଇସାରୁ ଏବେ ୨୫ ଟଙ୍କା, ଦୁଧ ଲିଟର ୧୨ ପଇସାରୁ ୬୦ ଟଙ୍କା, ପେଟ୍ରୋଲ ଲିଟର ୨୫ ପଇସାରୁ ୯୭ ଟଙ୍କା, ସାଇକେଲ, ୨୦ ଟଙ୍କାରୁ ୮ ହଜାର ଟଙ୍କା, ବିମାନ ଯାତ୍ରା (ଦିଲ୍ଲୀରୁ ମୁମ୍ବାଇ) ୧୪୦ ଟଙ୍କାରୁ ୭ ହଜାର ଟଙ୍କା, ସୁନା (୧୦ ଗ୍ରାମ) ୮୮.୬୨ ଟଙ୍କାରୁ ୫୨ ହଜାରରେ ପହଞ୍ଚିଛି ।

Get real time updates directly on you device, subscribe now.