fbpx
BJD SKY
BJD SKY

ଲିଟର ପିଛା ୩୩୧.୩୮ ଟଙ୍କା ହେଲା ପେଟ୍ରୋଲ ଦର, ସେହିପରି ୩୨୯.୧୮ଟଙ୍କାରେ ପହଞ୍ଚିଲା ଡିଜେଲ ଦର

BJD

ଇସଲାମବାଦ: ପଡୋଶୀ ଦେଶ ପାକିସ୍ତାନର ଅର୍ଥନୈତିକ ସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଲୋକମାନେ କ୍ରମାଗତ ଭାବେ ମହଙ୍ଗା ମାଡ଼ର ଶିକାର ହେଉଛନ୍ତି। ଦରଦାମ ଆଉ ନିୟନ୍ତ୍ରଣରେ ନାହିଁ। ଦେଶରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସହ ପନିପରିବା ଓ ପେଟ୍ରୋଲର ଦର ହୁ ହୁ ହୋଇ ବଢି ଚାଲିଛି। ଏଭଳି ଘଡି ସନ୍ଧି ସମୟ ଭିତରେ ପେଟ୍ରୋଲ ଏବଂ ଡିଜେଲର ଦର ପୁଣି ପାକିସ୍ତାନରେ ବୃଦ୍ଧି ପାଇଛି। ଦେଶରେ ପେଟ୍ରୋଲ ଦର ୨୬.୦୨ଟଙ୍କା ବୃଦ୍ଧି ପାଇ ଲିଟର ପିଛା ୩୩୧.୩୮ ଟଙ୍କାରେ ପହଞ୍ଚିଛି।

ସେହିପରି ଡିଜେଲ ଦର ୧୭.୩୪ଟଙ୍କା ବୃଦ୍ଧି ପାଇ ଲିଟର ପିଛା ୩୨୯.୧୮ଟଙ୍କା ହୋଇଛି। ଯାହାକୁ ନେଇ ସାରା ଦେଶରେ ଅସନ୍ତୋଷର ନିଆଁ ଜଳୁଛି। ଗତ ସପ୍ତାହରେ ଅର୍ଥନୈତିକ ସମନ୍ବୟ କମିଟି (ଇସିସି) ପେଟ୍ରୋଲିୟମ ଡିଲର ଏବଂ ତୈଳ ମାର୍କେଟିଂ କମ୍ପାନୀ (ଓଏମସି)ର ମାର୍ଜିନ ବୃଦ୍ଧି କରିବାକୁ ଅନୁମୋଦନ କରିଥିଲା। ଚଳିତ ମାସ ଆରମ୍ଭରେ କାର୍ଯ୍ୟକାରୀ ଅର୍ଥମନ୍ତ୍ରୀ ଶ୍ୟାମସାଦ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଇସିସି ଅଧିବେଶନରେ ଏହି ନିଷ୍ପତ୍ତି ନିଆଯାଇଛି। କମିଟି ଓଏମସି ଏବଂ ଡିଲରମାନଙ୍କ ପାଇଁ ପେଟ୍ରୋଲ ଏବଂ ଡିଜେଲ ବିକ୍ରି ମାର୍ଜିନ ବୃଦ୍ଧିକୁ ଅନୁମୋଦନ କରିଛି। ସୂଚନାଯୋଗ୍ୟ, ବିଶ୍ୱରେ ବିଭିନ୍ନ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଉଥିବାରୁ ସରକାର ପେଟ୍ରୋଲିୟମ ମୂଲ୍ୟ ବୃଦ୍ଧି କରୁଛନ୍ତି ବୋଲି ପାକିସ୍ତାନ ସରକାର କହିଥିଲେ।

ଅନ୍ୟପଟେ ଗୁରୁବାର ଇନ୍ଧନ ଅଭାବରୁ ଅନେକ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ସେବାକୁ ବାତିଲ କରାଯାଇଥିଲା। ଏଗୁଡିକ କରାଚିରୁ ଉଡାଣ ଭରିଥା’ନ୍ତା। ଏହା ବ୍ୟତୀତ କର୍ମଚାରୀଙ୍କ ଦରମା ମଧ୍ୟ ବନ୍ଦ କରାଯାଉଛି। କେବଳ ଏତିକି ନୁହେଁ, ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଅନେକ ଦେଶର ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ବାକି ଥିବା ରାଶି ଦେଇନାହିଁ। ଏପରି ପରିସ୍ଥିତିର ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ପାକିସ୍ତାନର ଆର୍ଥିକ ସମନ୍ଵୟ କମିଟିକୁ ୨୨୯୦କୋଟି ଟଙ୍କା ଆର୍ଥିକ ସହାୟତା ପାଇଁ ନିବେଦନ କରିଛି। କିନ୍ତୁ ସମନ୍ଵୟ କମିଟି ଏହାକୁ ପ୍ରତ୍ୟାଖ୍ୟାନ କରିଛି।

ବଡ଼ ଚର୍ଚ୍ଚାର ବିଷୟ ଯେ, ବାକିଆ ତେଲ ପଇସା ଦେଇନଥିବାରୁ ବିଦେଶରେ ପାକିସ୍ତାନୀର ଯାତ୍ରୀବାହୀ ବିମାନ ଗୁଡିକୁ ଅଟକ ରଖାଯାଇଛି କିନ୍ତୁ ଅନ୍ୟପଟେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପାକିସ୍ତାନ ତାର ଆଣବିକ ଅସ୍ତ୍ରଶସ୍ତ୍ରରେ ବୃଦ୍ଧି କରିଚାଲିଛି ।

Get real time updates directly on you device, subscribe now.