fbpx

ପୁଣି ମହଙ୍ଗା ମାଡ଼: ଦ୍ୱିତୀୟ ଥର ପାଇଁ ବଢ଼ିଲା ସାବୁନ୍-ସର୍ଫ-ପାଉଡର୍ ର ଦାମ୍, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ଲଗାତର ଭାବରେ ଦେଶରେ ଦରଦାମ୍ ବୃଦ୍ଧି ପାଇବାରେ ଲାଗିଛି । ନିକଟରେ ପେଟ୍ରୋଲ୍, ଡିଜେଲ୍, ଖାଇବା ତେଲର ଦାମ୍ ବଢ଼ିବା ପରେ ଏବେ ସାବୁନ୍, ସର୍ଫ, ଡିସୱାଶ୍ ଭଳି ଉତ୍ପାଦର ଦାମ୍ ବଢ଼ିଛି । ଅସଲରେ ଦେଶର ସର୍ବବୃହତ୍ ଏଫଏମଜିସି କମ୍ପାନୀ ହିନ୍ଦୁସ୍ତାବ ୟୁନିଲିଭର୍ ଲିମିଟେଡ୍(ଏଚୟୁଏଲ୍) ପକ୍ଷରୁ ଫେବୃଆରୀରେ ଏହି ସବୁ ଉତ୍ପାଦର ଦରଦାମ୍ ୩ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି ।

କମ୍ପାନୀ ପକ୍ଷରୁ କ୍ରମଶଃ ଦ୍ୱିତୀୟ ମାସରେ ଦାମ୍ ବଢ଼ାଯାଇଛି । ଏଚୟୁଏଲ୍ ର କହିବା କଥା ଯେ, କଞ୍ଚାମାଲ୍ ର ଦାମ୍ ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ଉତ୍ପାଦର ଦାମ୍ ଉପରେ ପଡ଼ୁଛି । ତେଣୁ ଦ୍ୱିତୀୟ ଥର ପାଇଁ ଦାମ୍ ବଢ଼ାଇଛି କମ୍ପାନୀ । ଡିସେମ୍ବରରେ କଞ୍ଚାମାଲର ମୁଦ୍ରାସ୍ଫୀତି ଅଧିକ ହେଲେ ଏହା ପର୍ୟ୍ୟାୟକ୍ରମେ ଦର ବୃଦ୍ଧି କରିବାକୁ ବିଚାର କରିବ ବୋଲି କମ୍ପାନୀ ଡିସେମ୍ବରରେ ସୂଚିତ କରିଥବଲା ।

ଏଚୟୁଏଲ୍ ର ମୁଖ୍ୟ ଆର୍ଥିକ ଅଧିକାରୀ(ସିଏଫଓ) ରିତେଶ ତିୱାରୀ କହିଛନ୍ତି ଯେ ମୂଲ୍ୟ ବୃଦ୍ଧି ହେତୁ ଆମର ପ୍ରଥମ ପ୍ରାଥମିକତା ହେଉଛି ଅତ୍ୟଧିକ ସଞ୍ଚୟ କରିବା ଏବଂ ପରେ ମୂଲ୍ୟକୁ ପର୍ୟ୍ୟାୟକ୍ରମେ ବୃଦ୍ଧି କରିବା । ଏଫଏମଜିସି କମ୍ପାନୀ ଫେବୃଆରୀରେ ସାବୁନ୍, ସର୍ଫ, ଡିସୱାଶ୍ ଓ ଅନ୍ୟ ପ୍ରଡକ୍ଟର ମୁଲ୍ୟ ୩-୧୦ ପ୍ରତିଶତ ବୃଦ୍ଧି କରିଛି । ଏହି କ୍ରମରେ ସର୍ଫ ଏକ୍ସେଲ୍, ଇଜି ୱାଶ୍, କ୍ୱିକ୍ ୱଶ୍, ଭିମ୍ ବାର୍ ଏବଂ ଲିକ୍ୱିଡ୍, ଲକ୍ସ ଏବଂ ରେକ୍ସୋନା ସାବୁନ୍ ଏବଂ ପଣ୍ଡସ୍ ଟାଲକମ୍ ପାଉଡର୍ ର ଦାମ୍ ବୃଦ୍ଧି ପାଇଛି ।

ସୂଚନାଯୋଗ୍ୟ, କମ୍ପାନୀ ପକ୍ଷରୁ ଜାନୁଆରୀ ମାସରେ ଉପରୋକ୍ତ ଉତ୍ପାଦ ଗୁଡ଼ିକର ଦାମ୍ ୨୦ ପ୍ରତିଶତ ବୃଦ୍ଧି କରିଥିଲା । ଚଳିତ ବର୍ଷ ଜାନୁଆରୀ ମାସରେ ହ୍ୱିଲ, ସର୍ଫ ଏକ୍ସେଲ୍ ଓ ଲାଇଫବୟ୍ ଭଳି ଉତ୍ପାଦର ଦର ୩-୨୦ ପ୍ରତିଶତ ବୃଦ୍ଧି ହୋଇଥିଲା ।

 

Get real time updates directly on you device, subscribe now.