fbpx

ସଂସଦରେ ମନମୋହନ ସିଂଙ୍କ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ ଦେଶ ପ୍ରତି ତାଙ୍କ ଅବଦାନ ସ୍ମରଣୀୟ

ନୂଆଦିଲ୍ଲୀ: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦାୟୀ ସାଂସଦଙ୍କୁ ସମ୍ବୋଧିତ କରିଥିଲେ । ରାଜ୍ୟସଭାରେ ୫୬ ଜଣ ସାଂସଦଙ୍କ ଉଦ୍ଦେଶ୍ୟରେ ଭାବପୂର୍ଣ୍ଣ ଅଭିଭାଷଣ ଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ସାଂସଦଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଦେଇଥିଲେ ଏବଂ ସେମାନଙ୍କ ଯୋଗଦାନକୁ ସ୍ମରଣ କରିଥିଲେ । ବିଶେଷ କରି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡା. ମନମୋହନ ସିଂଙ୍କ ଯୋଗଦାନକୁ ମନେ ପକାଇଥିଲେ ।

ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ଡା. ମନମୋହନ ସିଂଙ୍କ ପ୍ରଶଂସା କରି କହିଥିଲେ, ‘ଦେଶ ପାଇଁ ତାଙ୍କ ମାର୍ଗଦର୍ଶନ ଓ ଯୋଗଦାନ ଚିରସ୍ମରଣୀୟ ରହିବ । ଯେବେବି ଗଣତନ୍ତ୍ରଣ ବିଷୟରେ ଆଲୋଚନା ହେବ ସେତେବେଳେ ସେ ନିଶ୍ଚିତ ମନେ ପଡ଼ିବେ । ସେ ୬ଥର ଗୃହର ସଦସ୍ୟ ରହିଥିଲେ, ଗୃହର ଜଣେ ସଦସ୍ୟ ଭାବେ ତାଙ୍କର ବଡ ଯୋଗଦାନ ରହିଥିଲା । ଅନେକ ଥର ସେ ଗୃହକୁ ମାର୍ଗଦର୍ଶନ କରିଛନ୍ତି । ଏପରିକି ସେ ହ୍ୱିଲଚେୟାରରେ ଆସି ଭୋଟ୍‍ ଦେଇଛନ୍ତି । ଯାହାକି ଲୋକତନ୍ତ୍ରକୁ ଶକ୍ତି ଦେଇଛି । ମନମୋହନ ସିଂହ ନିଜର ଭୋଟ୍‌ ଦେବାକୁ ହ୍ବିଲ୍‌ ଚେୟାର୍‌ରେ ବସି ସଂସଦକୁ ଆସିଥିବା କଥାକୁ ମନେପକାଇ ମୋଦୀ ତାଙ୍କର ପ୍ରଶଂସା କରିଛନ୍ତି। ଅନ୍ୟ ସାଂସଦଙ୍କ ପାଇଁ ସେ ଏକ ଉଦାହରଣ ସୃଷ୍ଟି କରିବା ସହ ଗଣତନ୍ତ୍ରକୁ ଅଧିକ ଶକ୍ତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।’ ଏନେଇ ଏଏନ୍ଆଇ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛି ।

 

Get real time updates directly on you device, subscribe now.