fbpx

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ୧୨ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ରହିବେ ଉପସ୍ଥିତ

ଭୁବନେଶ୍ୱର: ମେ ୧୩ରେ ଦେଶରେ ୪ର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି । ବର୍ତ୍ତମାନ ୫ମ ପର୍ଯ୍ୟାୟ ମତଦାନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରସୋର ଚାଲିଛି ପ୍ରଚାର କାର୍ଯ୍ୟ । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବାରଣାସୀ ଲୋକସଭା ଆସନ ପାଇଁ ତୃତୀୟ ଥର ପ୍ରାର୍ଥିପତ୍ର ଦାଖଲ କରିବେ । ପୂର୍ବାହ୍ନ ୧୧ଟା ୩୦ରେ ପ୍ରାର୍ଥିପତ୍ର ଦାଖଲ କରିବେ ମୋଦୀ । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ୧୨ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ।

ଏହା ପୂର୍ବରୁ ୨୦୧୪ ଏବଂ ୨୦୧୯ରେ ବାରଣାସୀ ଆସନରୁ ମୋଦୀ ନିର୍ବାଚିତ ହୋଇଥିଲେ । ତେବେ ଆଜି ପ୍ରଧାନମନ୍ତ୍ରୀ ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ଗଙ୍ଗା ନଦୀରେ ବୁଡ଼ ପକାଇବା ସହିତ କାଶୀ ବିଶ୍ୱନାଥଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । କହିରଖୁଛୁ ଜୁନ ୧ରେ ବାରଣାସରୀ ଆସନରେ ଭୋଟ ଗ୍ରହଣ ହେବ । ସୋମବାର ବାରଣାସୀରେ ପ୍ରଚାର କାର୍ଯ୍ୟ ପାଇଁ ରୋଡ୍ ଶୋ କରିଥିଲେ ।

Get real time updates directly on you device, subscribe now.