fbpx
BJD SKY
BJD SKY

ଆଜି ଗଗନଯାନର ପ୍ରସ୍ତୁତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଘୋଷଣା ହୋଇପାରେ ଭାରତୀୟ ମହାକାଶଚାରୀଙ୍କ ନାଁ

BJD

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଭାରତର କେରଳ, ମହାରାଷ୍ଟ୍ର ଏବଂ ତାମିଲନାଡ଼ୁ ଗସ୍ତ କରିବେ । କେରଳର ଥିରୁବନନ୍ଥପୁରମରେ ବିକ୍ରମ ସାରାଭାଇ ଅନ୍ତରୀକ୍ଷ କେନ୍ଦ୍ର(VSSC) ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ISROର ବହୁ ପ୍ରତୀକ୍ଷିତ ସ୍ପେସ୍ ମିଶନ ଗଗନଯାନର ପ୍ରସ୍ତୁତି ସମୀକ୍ଷା କରିବେ । ଏହା ସହ ISROର ୩ଟି ନୂତନ ସୁବିଧା ଦେଶ ପାଇଁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଗଗନଯାନ ପାଇଁ ମହାକାଶଚାରୀଙ୍କ ନାମ ଘୋଷଣା କରିବେ ମୋଦୀ । ଗଗନଯାନ ମିଶନ ୨୦୨୫ରେ ଲଞ୍ଚ୍ କରାଯିବା ନେଇ ଆଶା କରାଯାଉଛି । ଏହାର ଉଦ୍ଦେଶ୍ୟ ହେଉଛି ଭାରତର ମାନବ ଉଡ଼ାଣ କ୍ଷମତାକୁ ପ୍ରଦର୍ଶିତ କରିବା ପାଇଁ ପୃଥିବୀର କକ୍ଷପଥରେ ମହାକାଶଚାରୀଙ୍କୁ ପଠାଇବା ଏବଂ ନିରାପଦରେ ଫେରାଇ ଆଣିବା ।

ଆଜି ISROର ବହୁ ପ୍ରତୀକ୍ଷିତ ଗଗନଯାନ ମିଶନ ପାଇଁ ମହାକାଶଚାରୀ ଭାବେ ୪ ଜଣ ଭାରତୀୟଙ୍କ ନାଁ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହି ଅବସରରେ ଚୟନ ହୋଇଥିବା ୪ ପାଇଲଟଙ୍କୁ ଆଷ୍ଟ୍ରୋନଟ୍ ୱିଙ୍ଗରେ ସମ୍ମାନିତ କରିପାରନ୍ତି ପ୍ରଧାନମନ୍ତ୍ରୀ । ଏହି ମହାକାଶଚାରୀମାନଙ୍କୁ ବ୍ୟୋମନଟ୍ କୁହାଯିବ ବୋଲି ଚର୍ଚ୍ଚା ହେଉଛି । ସେମାନେ ରୁଷିଆରେ ୧ ବର୍ଷ ପ୍ରଶିକ୍ଷଣ ନେଇ ଭାରତ ଫେରିଛନ୍ତି । ଗଗନଯାନ ମିଶନର ପ୍ରଥମ ପର୍ଯ୍ୟାୟରେ କୌଣସି ମହାକାଶଚାରୀ ସାମିଲ ହେବେ ନାହିଁ । କେବଳ ଏକ ରୋବଟ ବ୍ୟୋମମିତ୍ରକୁ ମହାକାଶ ପଠାଯିବ । ତେବେ ୨୦୨୫ ସୁଦ୍ଧା ୩ ଜଣ ଭାରତୀୟ ମହାକାଶଚାରୀଙ୍କୁ ସ୍ପେଶ୍ ମିଶନରେ ପଠାଇବାକୁ ଲକ୍ଷ୍ୟ ରଖିଛି ଇସ୍ରୋ ।

ଆଜି ପ୍ରଧାନମନ୍ତ୍ରୀ ମୋଦି ୧୮ଶହ କୋଟି ଟଙ୍କାର ୩ଟି ମହାକାଶ ଗବେଷଣା ସଂପର୍କିତ ଭିତ୍ତିଭୂମି ଉଦଘାଟନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ସେଗୁଡ଼ିକ ହେଲା ଶ୍ରୀହରିକୋଟାରେ PSLV ଇଣ୍ଟିଗ୍ରେସନ ଫ୍ୟାସିଲିଟି, ମହେନ୍ଦ୍ରଗିରିରେ ସେମି-କ୍ରାୟୋଜେନିକ ଇଣ୍ଟିଗ୍ରେଟେଡ୍ ଇଞ୍ଜିନ୍ ଆଣ୍ଡ୍ ଷ୍ଟେଜ୍ ଟେଷ୍ଟ୍ ଫ୍ୟାସିଲିଟି ଏବଂ ଥିରୁଅନନ୍ତପୁରମରେ ଟ୍ରାଇସୋନିକ ୱିଣ୍ଡ୍ ଟନେଲ୍ ।

 

Get real time updates directly on you device, subscribe now.