Breaking: ପରିବା ଚାଷ କ୍ଷେତ୍ରରେ ବିପ୍ଳବ ଆଣିଛନ୍ତି ଗୋଲାମୁଣ୍ଡାର ଚାଷୀ, ସାରା ଦେଶ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ

ନୂଆଦିଲ୍ଲୀ: ବର୍ଷର ଶେଷ ରବିବାରରେ ମନ କୀ ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର କଳାହାଣ୍ଡି କଥା କହିଛନ୍ତି । ପରିବା ବିପ୍ଳବ ବିଷୟ କହି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଉଦାହରଣ ଦେଲେ ପ୍ରଧାନମନ୍ତ୍ରୀ ।
କହିଲେ ସାରା ଦେଶ ପାଇଁ ଉଦାହରଣ ଗୋଲାମୁଣ୍ଡା ବ୍ଲକ ।

ମାତ୍ର ୧୦ ଜଣଙ୍କଚ ନେଇ ଆରମ୍ଭ ହୋଇଥିବା ଚାଷ ବିପ୍ଳବରେ ପରିଣତ ହୋଇଛି । ଏବେ ୨୦୦ ଜଣ ମିଶି ଚାଷ କରୁଛନ୍ତି । ଚାଷରୁ ବାର୍ଷିକ ଆୟ କରୁଛନ୍ତି ଦେଢ଼ କୋଟିରୁ ଅଧିକ ଟଙ୍କା ।

ଓଡ଼ିଶା ସମେତ ସାରା ରାଜ୍ୟରେ ଏବେ କଳାହାଣ୍ଡି ପରିବା ଚାଷ । କଳାହାଣ୍ଡି କାହାଣୀ ହେଉଛି ସଂକଳ୍ପ ଦ୍ୱାରା ସଫଳତାର ଉଦାହରଣ ।