fbpx

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପିଲ୍- ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ଘରେ ଉଡାନ୍ତୁ ତ୍ରିରଙ୍ଗା ପତାକା

ନୂଆଦିଲ୍ଲୀ: ଦେଶ ସ୍ଵାଧୀନତାର ୭୫ତମ ବର୍ଷପୂର୍ତ୍ତି ପାଳନ କରୁଛି। ଏହି ଅବସରରେ ‘ଅମୃତ ମହୋତ୍ସବ’ ଏକ ଜନ ଆନ୍ଦୋଳନର ରୂପ ନେଉଛି। ସମସ୍ତ କ୍ଷେତ୍ର ଏବଂ ସମାଜର ପ୍ରତିଟି ବର୍ଗର ଲୋକେ ଏଥିରେ ଆୟୋଜିତ ଭିନ୍ନ ଭିନ୍ନ କାର‌୍ୟ୍ୟକ୍ରମରେ ସାମିଲ୍ ହେଉଛନ୍ତି। ତେଣୁ ଅଗଷ୍ଟ ୧୩ରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ନିଜ ଘରେ ତ୍ରିରଙ୍ଗା ଉଡାଇ ଏହି ଆନ୍ଦୋଳନର ଅଂଶ ହେବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ‘ମନ କି ବାତ’ ର ୯୧ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରି ହର ଘର ତ୍ରିରଙ୍ଗା ଅଭିଯାନ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନ ଆରମ୍ଭରେ ସ୍ଵାଧୀନତା ଆନ୍ଦୋଳନରେ ପ୍ରାଣବଳି ଦେଇଥିବା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ‘ଅମୃତ ମହୋତ୍ସବ’ ଅଭିଯାନରେ ସମଗ୍ର ଦେଶରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଉଲ୍ଲେଖ କରିଛନ୍ତି। ସ୍ଵାଧୀନତାର ଅମୃତ ମହୋତ୍ସବ ଏକ ଜନ ଆନ୍ଦୋଳନର ରୂପ ନେଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସବୁ କ୍ଷେତ୍ର ଏବଂ ସମାଜର ପ୍ରତିଟି ବର୍ଗର ଲୋକ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ସାମିଲ୍ ହେଉଛନ୍ତି।

ଏହି ସମୟରେ ମେଘାଳୟର ସ୍ଵାଧୀନତା ସଂଗ୍ରାମୀ ୟୁ ଟିରୋତ ସିଂହଙ୍କ ପୁଣ୍ୟ ତିଥିରେ ଆୟୋଜିତ ବିଭିନ୍ନ କାର‌୍ୟ୍ୟକ୍ରମ, କର୍ଣ୍ଣାଟକରେ ଅମୃତା ଭାରତୀ କନ୍ନଡାର୍ଥୀ ନାମରେ ଅଭିଯାନ ଏବଂ ସ୍ଵାଧୀନତା ଆନ୍ଦୋଳନର ଇତିହାସ ସଂପର୍କିତ ରେଲଓ୍ଵେ ଷ୍ଟେସନରେ ଆୟୋଜିତ କାର‌୍ୟ୍ୟକ୍ରମ ବିଷୟରେ ଉଲ୍ଲେଖ କରିଛନ୍ତି। ଏମିତି କାର‌୍ୟ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଅପିଲ୍ କରିଛନ୍ତି।

 

Get real time updates directly on you device, subscribe now.