fbpx
BSKY SKY
BSKY SKY

ଦ୍ଵିତୀୟ ଅଭ୍ୟାସ ମ୍ୟାଚରେ ଗର୍ଜିଲା ପୃଥ୍ଵୀ ସଙ୍କ ବ୍ୟାଟ୍, ଭୁବନେଶ୍ଵର କୁମାର ଓ ଚହଲଙ୍କ ବିରୋଧରେ ଲଗାଇଲେ ଦମଦାର ସଟ୍

BSKY

ନୂଆଦିଲ୍ଲୀ : କିଛି ଖେଳାଳି କରୋନା ସଂକ୍ରମିତ ହେବା ପରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ସୀମିତ ଓଭର ସିରିଜର ଖେଳସୂଚୀରେ ପରିବର୍ତ୍ତନ କରାଯାଇଛି। ଜୁଲାଇ ୧୩ରୁ ଆରମ୍ଭ ହେବାକୁ ଥିବା ସିରିଜ୍ ଏବେ ଜୁଲାଇ ୧୮ରୁ ଆରମ୍ଭ ହେବ। ଏହା ପୂର୍ବରୁ ଭାରତୀୟ ଯୁବ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଦଳର ଯୁବ ଖେଳାଳି ଇଣ୍ଟ୍ରା ସ୍କ୍ଵାର୍ଡ ମ୍ୟାଚରେ ଭଲ ପ୍ରଦର୍ଶନ କରିଛନ୍ତି। ରବିବାର ଦଳ ଦ୍ଵିତୀୟ ଅଭ୍ୟାସ୍ ମ୍ୟାଚ୍ ଖେଳିଛି। ଓପନିଂ  ବ୍ୟାଟସମ୍ୟାନ ପୃଥ୍ଵୀ ସ ପ୍ରଥମ ଅଭ୍ୟାସ୍ ପରି ଦ୍ଵିତୀୟ ଅଭ୍ୟାସ୍ ମ୍ୟାଚରେ ଭଲ ଫର୍ମରେ ନଜର ଆସିଛନ୍ତି। ସେ ଭୁବନେଶ୍ଵର କୁମାର ଓ ୟୁଜବେନ୍ଦ୍ର ଚହଲଙ୍କ ବିରୋଧରେ ଦମଦାର ସଟ୍ ଲଗାଇଛନ୍ତି।

ଶ୍ରୀଲଙ୍କା କ୍ରିକେଟ୍ ଟିମ ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ପୃଥ୍ଵୀ ସଙ୍କ ବ୍ୟାଟିଂର ଭିଡିଓ ଅପଲୋଡ କରିଛି। ଏଥିରେ ସ ପଡିଆର ଚତୁଃପାର୍ଶ୍ଵରେ ସଟ୍ ମାରୁଥିବା ଦେଖିବାକୁ ମିଳିଛି। ଦ୍ଵିତୀୟ ଅଭ୍ୟାସ୍ ମ୍ୟାଚର ସ୍କୋର ଜଣା ପଡିନଥିଲେ ମଧ୍ୟ ପୃଥ୍ଵୀ ସ ଡ୍ରେସିଂ ରୁମ ଆଡକୁ ବ୍ୟାଟ୍ ଉଠାଉଥିବା ଦେଖିବାକୁ ମିଳିଛି। ପ୍ରଥମ ଅଭ୍ୟାସ୍ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ ଓ ମନିଷ ପାଣ୍ଡେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଭୁବନେଶ୍ଵର କୁମାରଙ୍କ ଏକାଦଶ ପ୍ରଥମ ଇଣ୍ଟ୍ରା ସ୍କ୍ଵାର୍ଡ ମ୍ୟାଚରେ ଶିଖର ଧାଓ୍ଵନ ଏକାଦଶକୁ ସହଜରେ ପରାସ୍ତ କରିଥିଲା। ଭୁବନେଶ୍ଵର କୁମାର ଏହି ଗସ୍ତରେ ଭାରତୀୟ ଦଳର ଉପ ଅଧିନାୟକ ଥିବା ବେଳେ ଶିଖର ଧାଓ୍ଵନଙ୍କ ହାତରେ ରହିଛି ଅଧିନାୟକ ଦାୟିତ୍ଵ।

Get real time updates directly on you device, subscribe now.