fbpx

ବେସରକାରୀ କର୍ମଚାରୀଙ୍କୁ କରୋନା ହେଲେ ମିଳିବ ୨୮ ଦିନର ଦରମା ଏବଂ ଛୁଟି, ଘୋଷଣା କଲେ ରାଜ୍ୟ ସରକାର

ଉତ୍ତରପ୍ରଦେଶ ୨୬ା୪ (ଓଡିଶା ଭାସ୍କର) : କରୋନା ମହାମାରୀ ଦିନକୁ ଦିନ ବଢ଼ିବାରେ ଲାଗିଛି । ଦୈନିକ ହଜାର ହଜାର ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହା ଭିତରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି ଯେ, ବେସରକାରୀ କର୍ମଚାରୀ ମାନଙ୍କୁ କରୋନା ହେଲେ ସେମାନଙ୍କୁ ମିଳିବ ୨୮ ଦିନର ଦରମା ଏବଂ ଛୁଟି । ୟୁପିରେ ଆଜି ଏନେଇ ଘୋଷଣା କରିଛନ୍ତି ଆଦିତ୍ୟନାଥ । ଏହା ବ୍ୟତୀତ ଚିକିତ୍ସା ପ୍ରମାଣ ପତ୍ର ମଧ୍ୟ ନିହାତି ଜରୁରୀ । ଏହି ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ।

ଉକ୍ତ ଚିଠିରେ ବିସ୍ତୃତ ରୁପେ ଉଲ୍ଲେଖ ରହିଛି ଯେ, କୋଭିଡ୍ ଦ୍ୱାରା ଯଦି କୌଣସି ବେସରକାରୀ କର୍ମଚାରୀ ସଂକ୍ରମିତ ହୁଅନ୍ତି ତେବେ ସେମାନଙ୍କୁ ୨୮ ଦିନର ବେତନ ମିଳିବା ସହିତ ଛୁଟି ବି ମିଳିବ । ଏଥିସହିତ ସରକାରଙ୍କ ତରଫରୁ ବନ୍ଦ କରାଯାଇଥିବା ବିଭିନ୍ନ ପ୍ରତିଷ୍ଠାନର କର୍ମଚାରୀଙ୍କୁ ମଧ୍ୟ ଏହି ନିର୍ଦ୍ଦେଶ ପାଳନ କରିବାକୁ ପଡିବ ଏବଂ ଏହା ଅନିର୍ବାଯ୍ୟ ।

Get real time updates directly on you device, subscribe now.